ଏକଜିଟ୍ ପୋଲ ସର୍ଭେ ରିପୋର୍ଟରେ ଏନଡିଏ ମେଣ୍ଟକୁ ବହୁମତ

1 min read

ନୂଆଦିଲ୍ଲୀ: ଏକଜିଟ୍ ପୋଲରେ ଏନଡିଏ ମେଣ୍ଟକୁ ବହୁମତ। ପ୍ରକାଶ ପାଇଥିବା ସମସ୍ତ ପ୍ରାୟ ଏକଜିଟ୍ ପୋଲରେ ଏନଡିଏ ସରକାର ଗଢୁଥିବା ଦର୍ଶାଇଛନ୍ତି। ଦେଶରେ ୫୪୩ ଲୋକସଭା ଆସନରୁ ଏନଡିଏ ୩୭୧ ଆସନ ପାଉଥିବା ବିଭିନ୍ନ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡିଛି। ଅନୁଷ୍ଠିତ ମୋଟ ୭ ପର୍ଯ୍ୟାୟ ଭୋଟିଂରେ ଜନତା ଆସନ୍ତା ୫ ବର୍ଷ ପାଇଁ ଏନଡିଏ ସପକ୍ଷରେ ମତ ଦେଇଥିବା ଏକଜିଟ୍ ପୋଲ ପ୍ରକାଶ କରିଛି। ତେବେ ଆସନ୍ତା ୪ ତାରିଖ ଦିନ ଗଣତିରେ ସ୍ପଷ୍ଟ ହୋଇଯିବ କେଉଁ ଦଳ କେତେ ଆସନ ପାଇବ। ୮ ହଜାରରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି।

ସୂଚନାଯୋଗ୍ୟଯେ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିଲା। ଗତକାଲି ଶେଷ ତଥା ସପ୍ତମ ପର୍ଯ୍ୟାୟ ଭୋଟିଂ ସରିଛି। ଆସନ୍ତା ୪ ତାରିଖରେ ଗଣତି ହେବ। ତେବେ ବିଜେପି ଦେଇଥିବା ୪୦୦ ପାର ନାରା ଫେଲ ମାରିବ। କଂଗ୍ରେସ ସମେତ ଅନ୍ଯ ବିରୋଧୀ ଦଳ ୨୦୧୯ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ। ୨୦୧୯ରେ କଂଗ୍ରେସ ମାତ୍ର ୫୨ଟି ଓ ୟୁପିଏ ୯୧ଟି ସିଟ ଜିତିଥିଲା। ହେଲେ ଏଥର ଇଣ୍ଡିଆ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବାକୁ ଯାଉଥିବା ଏକଜିଟ ପୋଲରେ କୁହାଯାଇଛି। ଜନ୍‌ କି ବାତ୍‌ର ତଥ୍ୟରେ, ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ମେଣ୍ଟକୁ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ। ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲ ଅନୁସାରେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ ଜିତିବେ। ସେହିପରି Matrize ତଥ୍ୟ ଅନୁସାରେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ। ସମସ୍ତ ଏକଜିଟ ପୋଲକୁ ନେଲେ ବିଜେପି ୩୫୮, ଇଣ୍ତିଆ ମେଣ୍ଟ ୧୪୮ ଓ ଅନ୍ୟାନ୍ୟ ଦଳ ୩୭ଟି ଆସନ ଜିତିବେ ।