ଆସିଲା ଏକଜିଟ୍‌ ପୋଲ୍‌: ପଲଟିଗଲା ବାଜି ଏଥର ଏହି ଦଳ ଗଢିବ ସରକାର ..

1 min read

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ଓ ଜାମ୍ମୁ କାଶ୍ମୀରରେ କଂଗ୍ରେସ ସରକାର। ଏକଜିଟ ପୋଲରେ ଏହି ଦୁଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ହରିୟାଣାରେ କଂଗ୍ରେସକୁ ଏକଜିଟ ପୋଲରେ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ମିଳିଛି। ଧ୍ରୁବ ରିସର୍ଚ୍ଚ ପକ୍ଷରୁ କଂଗ୍ରେସକୁ ୫୦ରୁ ୬୪, ବିଜେପିକୁ ୨୨ରୁ ୩୨ ଆସନ, ଜେଜେପିକୁ ଶୂନ, ଆଇଏନଏଲଡିକୁ ୨ରୁ ୩ ଆସନ ଦେଇଛି। ସେହିପରି ପିପୁଲ୍ସ ପଲ୍ସ ସର୍ଭେ ଅନୁସାରେ କଂଗ୍ରେସକୁ ୪୯ରୁ ୬୧ ଆସନ ମିଳିବ। ବିଜେପିକୁ ୨୦ରୁ ୩୨ ଆସନ, ଜେଜେପି ଶୂନରୁ ଗୋଟିଏ ଆସନ ମିଳିପାରେ। ଆଇଏନଏଲଡି ୨ରୁ ୩ ଆସନ ପାଇପାରେ। ମାଟ୍ରିଜର ସର୍ଭେ ଅନୁସାରେ କଂଗ୍ରେସରୁ ୫୫ରୁ ୬୨ ଆସନ ବିଜେପିକୁ ୧୮ରୁ ୨୪ ଆସନ, ଜେଜେପିକୁ ଶୂନରୁ ୩ ଆସନ, ଆଇଏନଏଲଡି ୩ରୁ ୫ ଆସନ ପାଇପାରନ୍ତି। ଦେନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସକୁ ୪୪ରୁ ୫୪, ବିଜେପି ୧୫ରୁ ୨୯, ଜେଜେପି ୦ରୁ ୧, ଆଇଏନଏଲଡି ୧ରୁ ୫ ଆସନ ପାଇବେ।

ସେହିପରି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିପାରେ ବୋଲି ଆକଳନ କରିଛି ସି-ଭୋଟର ସର୍ଭେ। ସି ଭୋଟର ସର୍ଭେ ଅନୁସାରେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିବ। ମ୍ଯାଜିକ ନମ୍ବର ୪୬ ହୋଇଥିବାବେଳେ କଂଗ୍ରେସ ମେଣ୍ଟକୁ ୪୦ରୁ ୪୮ ଆସନ ମିଳିପାରେ। ସେହିପରି ବିଜେପିକୁ ୨୭ରୁ ୩୨, ପିଡିପିକୁ ୬ରୁ ୧୨ ଆସନ ଏବଂ ଅନ୍ୟାନ୍ୟକୁ ୬ରୁ ୧୧ ଆସନ ମିଳିବ। କଂଗ୍ରେସକୁ ବହୁମତ ମିଳିବ ବୋଲି ଆକଳନ କରିଛି ଧ୍ରୁବ ରିସର୍ଚ୍ଚ।ପିପୁଲ୍ସ ପଲସର ସର୍ଭେ ଅନୁସାରେ କଂଗ୍ରେସ ୪୬ରୁ ୫୦, ବିଜେପି ୨୩ରୁ ୨୭, ପିଡିପି ୭ରୁ ୧୧ ଆସନ ପାଇପାରେ। ଦୈନିକ ଭାସ୍କରର ସର୍ଭେ ଅନୁସାରେ କଂଗ୍ରେସ ୩୫ରୁ ୪୦, ବିଜେପି ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ଯମାନେ ୧୨ରୁ ୧୬ ଆସନ ପାଇପାରନ୍ତି।