ଆତ୍ମାର ଅସ୍ତିତ୍ୱକୁ ପ୍ରମାଣ କରିବାକୁ ଡାକ୍ତରଙ୍କ ପ୍ରୟାସ, ଏମିତି ମପାଗଲା ଆତ୍ମାର ଓଜନ

1 min read

ନୂଆଦିଲ୍ଲୀ: କଣ ସତରେ ଶରୀରରେ ଆତ୍ମା ଭଳି କୌଣସି ଜିନିଷ ଅଛି ? କହିବାକୁ ଗଲେ ଆତ୍ମାର ଅସ୍ତିତ୍ୱକୁ ଧର୍ମ ସ୍ୱୀକାର କରିପାରେ କିନ୍ତୁ ବିଜ୍ଞାନ ସାମ୍ନାରେ ଆତ୍ମାର ଅସ୍ତିତ୍ୱକୁ (Existence Of Soul) ପ୍ରମାଣ କରିବାରେ ଅନେକ ଆହ୍ୱାନ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ କଣ କେବେ ଆତ୍ମାର ଅବସ୍ଥିତିକୁ ପ୍ରମାଣ କରିବାର ପ୍ରୟାସ କରାଯାଇଛି ? ଆଜ୍ଞା ହଁ ପ୍ରାୟ ୧୧୩ ବର୍ଷ ପୂର୍ବେ ଆମେରିକାର ଜଣେ ଡାକ୍ତର ଆତ୍ମାର ଅସ୍ତିତ୍ୱକୁ ପ୍ରମାଣ କରିବାକୁ ପ୍ରୟାସ କରିଥିଲେ ।

ଆତ୍ମାର ଅସ୍ତିତ୍ୱ ପ୍ରମାଣ କରିବାର ନିଷ୍ପତ୍ତି

୧୯୦୭ ମସିହାରେ ହେବରାହିଲ ମସାଚୁସୈଟସର ଡଙ୍କନ ମୈଗଡଗଲ ଆତ୍ମାର ଅସ୍ତିତ୍ୱ ପ୍ରମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହାକୁ ପ୍ରମାଣ କରିବା ପାଇଁ ତାଙ୍କୁ ଏମିତି କିଛି ବ୍ୟକ୍ତିଙ୍କ ଆବଶ୍ୟକତା ଥିଲା ଯେଉଁମାନେ ତାଙ୍କ ତତ୍ତ୍ୱାବଧାନରେ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ଥିଲେ ଏବଂ ଏହା ସହିତ କିଛି କୁକୁରଙ୍କର ମଧ୍ୟ ଆବଶ୍ୟକତା ଥିଲା ।

ଆତ୍ମାର ଓଜନ

ଏହି ସ୍କଟିଶ ଡାକ୍ତରଙ୍କର ବିଶ୍ୱାସ ଥିଲା ଯେ, ଆତ୍ମାର ଓଜନ ଥାଏ ଏବଂ ସେଥିପାଇଁ ଏହାର ଓଜନ ମାପିବା ସମ୍ଭବ ଅଟେ । ତାଙ୍କ କହିବା ଅନୁଯାୟୀ ମନୁଷ୍ୟ ମୃତ୍ୟୁବରଣ କରିବା ପରେ ଆତ୍ମା ଚମତ୍କାର ଭାବରେ ଶରୀର ଠାରୁ ଅଲଗା ହୋଇଯାଏ । ଆତ୍ମା ଶରୀରଠାରୁ ଅଲଗା ହେବା ପରେ ତାହା ସବୁଦିନ ପାଇଁ ସ୍ୱର୍ଗରେ ବାସ କରିଥାଏ । କିନ୍ତୁ ମୈକଡଗଲଙ୍କ କହିବା ଅନୁଯାୟୀ ଆତ୍ମାକୁ କୌଣସି ଜିନିଷ ଭଳିଆ ମପାଯାଇପାରିବ ନାହିଁ ।

ମରିବା ବ୍ୟକ୍ତିର ଓଜନ

ମୈକଡଗଲ ନିଷ୍ପତ୍ତି ନେଇଥିଲେ ଯେତେବେଳେ ମନୁଷ୍ୟ ତାର ଶେଷ ନିଶ୍ୱାସ ତ୍ୟାଗ କରୁଥିବ ସେତେବେଳେ ହିଁ ତାର ଓଜନ ମପାଯିବ ଏବଂ ତାର ଶେଷ ନିଶ୍ୱାସ ପରେ ଦେହର ଓଜନ ସହିତ ଏହାକୁ ତୁଳନା କରାଯିବ । ଦୁଇଟି ଓଜନରେ ଥିବା ଅନ୍ତର ହିଁ ଆତ୍ମାର ଓଜନ ଅଟେ ।

ତେବେ ମୈକଡଗଲ ଏମିତି କିଛି ସ୍ୱେଚ୍ଛାସେବୀଙ୍କ ସନ୍ଧାନ କରିବା ଆରମ୍ଭ କଲେ ଯେଉଁମାନେ ନିଜର ମୃତ୍ୟୁ ବେଳେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବେ । ତାଙ୍କୁ ଏହିଭଳି ରୋଗୀଙ୍କ ସନ୍ଧାନ ଥିଲା ଯେଉଁମାନେ ମୃତ୍ୟୁ ବେଳେ ସ୍ଥିର ରହି ଓଜନ ମାପିବାରେ ସାହାଯ୍ୟ କରିବେ ।

ପ୍ରାରମ୍ଭିକ ସମସ୍ୟା

ପ୍ରାରମ୍ଭିକ ସମୟରେ ସେ ଟିବିରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସନ୍ଧାନ କଲେ ଯେଉଁମାନେ ମୃତ୍ୟବେଳେ ଜମା ହଲଚଲ ହେବେ ନାହିଁ । ଏଥିପାଇଁ ସେ ନିଜ ଅଫିସରେ ଏମିତି ଏକ ବେଡ ପ୍ରସ୍ତୁତ କଲେ ଯାହା ଶରୀରକୁ ଓଜନ କରିବାରେ ସାହାଯ୍ୟ କରୁଥିଲା । କିନ୍ତୁ ଯେତେବେଳେ ଓଜନ କରିବାର ସମୟ ଆସିଲା ସେତେବେଳେ ମୈକଡଗନଙ୍କ ସବୁ ଯୋଜନା ବିଫଳ ହୋଇଥିଲା ।

ଅନିଶ୍ଚିତ ଫଳାଫଳ

ଏହାପରେ ପ୍ରାୟ ଦୁଇଟି ମାମଲାରେ ମୈକଡଗଲ ୨୧.୩ ଗ୍ରାମ ଏବଂ ୧୪ ଗ୍ରାମର ପାର୍ଥକ୍ୟ ପାଇଲେ । ମୈକଡଗଲ ଏହି ପରିଣାମରେ ପହଞ୍ଚିଲେ ଯେ ତାଙ୍କ ପ୍ରୟୋଗ ଆତ୍ମାର ଅସ୍ତିତ୍ୱକୁ ପ୍ରମାଣିତ କରିଦେଇଛି ।

କୁକୁରଙ୍କ ଉପରେ ପ୍ରୟୋଗ

ମୈକଡଗଲ ନିଜ ପ୍ରୟୋଗରେ ସଠିକତା ଆଣିବାକୁ ଯାଇ ୧୫ଟି କୁକୁର ଉପରେ ଏହି ଗବେଷଣା କରିଥିଲେ ଏବଂ ତାଙ୍କୁ ଓଜନ ମାପିବା ମେସିନ ଉପରେ ହତ୍ୟା କରିଥିଲେ । ଅସୁସ୍ଥ କୁକୁରଙ୍କ ଉପରେ ଏହି ପ୍ରୟୋଗ କରିବାରେ ଅସୁବିଧା ସୃଷ୍ଟି ହେବାରୁ ସେ ସୁସ୍ଥ କୁକୁରଙ୍କ ଉପରେ ଏହି ପ୍ରୟୋଗ କରିଥିଲେ । ସେ ନିଜ ପ୍ରୟୋଗରେ ନିଷ୍କର୍ଷ ବାହାର କଲେ ଯେ, କୁକୁର ଶରୀରରେ ଆତ୍ମା ନଥାଏ ।

ତେବେ ପରବର୍ତ୍ତୀ ସମୟରେ ମୈକଡଗଲଙ୍କ ଏହି ପରିଣାମକୁ ସ୍ୱୀକାର କରାଗଲା ନାହିଁ ଏବଂ ତାଙ୍କ ଏହି ପଦ୍ଧତି ଉପରେ ଅନେକ ପ୍ରଶ୍ନ ଉଠାଗଲା । ମୈକଡଗଲ ନିଜେ ମଧ୍ୟ ନିଜ ପ୍ରୟୋଗରେ କିଛି ତୃଟିଥିବା ସ୍ୱୀକାର କରିଥିଲେ । ଶେଷରେ ସେ ଆତ୍ମାର ଅସ୍ତିତ୍ୱ ଥିବା କଥାକୁ ପ୍ରମାଣ କରିବାରେ ବିଫଳ ହେଲେ ।

Leave a Reply