ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ଅଧିକାରୀ

1 min read

ପୁଣି ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଛନ୍ଦି ହୋଇଛନ୍ତି ନିର୍ବାହୀ ଯନ୍ତ୍ରୀ ଓ ସଂସ୍କୃତି ବିଭାଗ ଅଧିକାରୀ । ଢେଙ୍କାନାଳ ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । ସେପଟେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି  ।

ଢେଙ୍କାନାଳ ଜିଲ୍ଲାର ସଂସ୍କୃତି ବିଭାଗ ଅଧିକାରୀ ସୁକ୍ରୁ ସ୍ୱାଇଁ ଆୟ ବର୍ହଭୂତ ସମ୍ପତ୍ତିଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ଖବର ପାଇଥିଲା । ଏହା ପରେ ଆଜି ସକାଳୁ ଚଢ଼ାଉ ଆରମ୍ଭ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡରେ ଥିବା ବାସଭବନ, ଢ଼େଙ୍କାନାଳ ବାସଭବନ ଓ ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସ୍ୱତନ୍ତ୍ର ସ୍କାର୍ଡ । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡ଼ିଛି ।

ସେହିପରି ବାଲେଶ୍ୱର ଡ୍ରେନେଜ୍ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଜେଲ୍ ରୋଡ଼୍ ସ୍ଥିତ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ')}

Leave a Reply