ଜାମ୍ମୁ କାଶ୍ମୀର ଇତିହାସରେ ସବୁଠାରୁ ବଡ଼ ଜମି ସ୍କାମ, ରହିଛି କଂଗ୍ରେସ-ପିଡିପି ଏବଂ ଏନ୍‌ସି ନେତାଙ୍କ ନାମ

ଶ୍ରୀନଗର: ଜାମ୍ମୁ କାଶ୍ମୀର ଇତିହାସର ସବୁଠୁ ବଡ଼ ଜମି ଦୁର୍ନୀତିରେ ବଡ ଖୁଲାସା । ଜମି ଘୋଟାଲାରେ ଆସିଲାଣି ବଡ଼ ବଡ଼ ରାଜନେତାଙ୍କ ନାମ । ଖୋଲୁଛି ରାଜନୖତିକ ସମ୍ପୃକ୍ତି ଥିବା ନେତାଙ୍କ ଗୁମର । ୨୫ ହଜାର କୋଟି ଟଙ୍କାର ଏହି ଜମି ସ୍କାମରେ ବହୁ ଦଳର ନେତାଙ୍କ ସମ୍ପୃକ୍ତି ସମ୍ପର୍କରେ ସୂଚନା ପ୍ରକାଶ ପାଇଛି । ଜାମ୍ମୁ ଏବଂ କାଶ୍ମୀରରେ ସରକାରୀ ଜମି ଦଖଲ କରିଥିବା ନେତା ତଥା ଅମଲାତନ୍ତ୍ରଙ୍କ ତାଲିକା ରହିଛି ।

ବିଶେଷ କଥା ହେଉଛି ପିଡିପି ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ହାସିବ ଦରବୋ ମଧ୍ୟ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ତାଙ୍କ ସମ୍ପର୍କୀୟ ଶେହେଜାଦା ବନୋ, ଏଜାଜ ହୁସେନ୍ ଏବଂ ଇଫତିକାର ଦରବୋଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ସେପଟେ କଂଗ୍ରେସ ନେତା କେ.କେ ଅମଲା ମଧ୍ୟ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ପ୍ରକାଶ ପାଇଛି । ଏଭଳି ଘୋଟାଲାର ସତ କାହାଣୀ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହି ସମସ୍ତ ଜମି ସେମାନଙ୍କ ପାଖରୁ ଫେରାଇ ନିଆଯିବ ।

୧୯୯୯ ପୂର୍ବରୁ ଗରିବ ଲୋକଙ୍କୁ ସରକାରୀ ଜମିକୁ ଆଇନଗତ ଭାବେ ଦେବା ପାଇଁ ରୋସନି ଆକ୍ଟକୁ ତିଆରି କରାଯାଇଥିଲା । ଏହାର ଦ୍ୱିତୀୟ ବ୍ୟବହାର ହେଉଛି ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଟଙ୍କା ସଂଗ୍ରହ କରିବା ଯାହା ଦ୍ୱାରା ଏହା ଜାମ୍ମୁ କାଶ୍ମୀରର ବିଦ୍ୟୁତ୍ ପ୍ରକଳ୍ପରେ ବ୍ୟବହୃତ ହୋଇପାରିବ । ତେବେ ଏହି ଆକ୍ଟକୁ ୨୦୦୧ ରେ ନିର୍ମିତ ହୋଇଥିଲା । କିନ୍ତୁ ସମୟ ସମୟରେ ଏହାକୁ ସଂଶୋଧନ କରାଯାଉଥିଲା । ରାଜ୍ୟର ସରକାର ସମୟ ସମୟରେ ବଦଳୁଥିଲେ ଏବଂ ରାଜନେତାମାନଙ୍କୁ ଏହାର ସୁଯୋଗ ନେବାକୁ ସୁଯୋଗ ଦିଆଯାଉଥିଲା ।

ଏହି ଘୋଟାଲାରେ ଅନେକ ବ୍ୟବସାୟୀ ଏବଂ ଅମଲାତନ୍ତ୍ରଙ୍କ ନାମ ମଧ୍ୟ ବାହାରିଛି । ସମସ୍ତଙ୍କଠାରୁ ଜମି ପ୍ରତ୍ୟାହାର କରାଯିବ ବୋଲି ରାଜ୍ୟର ଏଲଜି ମନୋଜ ସିହ୍ନା ସ୍ପଷ୍ଟ ଭାବେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏମାନେ ସରକାରୀ ଜମି କେବଳ ନିଜ ନାମରେ ରଖିନାହାଁନ୍ତି ବରଂ ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଲୋକଙ୍କଠାରୁ ଜମି ପ୍ରତ୍ୟାହାର କରାଯିବ । ରାଜ୍ୟରେ ହେବାକୁ ଥିବା ଡିଡିସି ନିର୍ବାଚନ ସମୟରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ ବୋଲି ଆଶା କରାଯାଉଛି ।

Leave a Reply