ଦେଶୀ ମଦ ଉପରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମଦ ଜବତ ସହ ୩ ଗିରଫ

1 min read

ବାଲେଶ୍ୱର : ଜଳେଶ୍ବରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ  । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି  । ଏହି ଚଢ଼ାଉ ବାଲେଶ୍ୱର ଏବଂ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ କରାଯାଇଥିଲା  । ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ପୋଲିସ  । ସୂଚନା ଅନୁଯାୟୀ, କିଛି ଦିନ ହେବ ଲକ୍ଷ୍ମଣନାଥ ଓ ଗୋବରଘାଟ ଇତ୍ୟାଦି ଅଞ୍ଚଳରେ ଚୋରାରେ ମଦ ବ୍ୟବସାୟ ଚାଲିଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଆଜି ସକାଳୁ ଏହି ସବୁ ଅଞ୍ଚଳରେ ଚଢ଼ାଉ କରିଥିଲା । ଗିରଫ ହୋଇଥିବା ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ପୋଲିସ । ')}

Leave a Reply