ଭିଡିଓ କରି ଭୁଲ ମାଗିଲେ ଅବକାରୀ ଇନସ୍ପେକ୍ଟର, କହିଲେ ମୁଁ ମାନସିକ ରୋଗୀ..

ପୁରୀ: ଛୁଟି ଆବେଦନ କଲେ ଅବକାରୀ ବିଭାଗ ଓ ପୁରୀ ଜିଲ୍ଲା ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟରଙ୍କ ସଞ୍ଜୟ କୁମାର ପଣ୍ଡା  ।  ୧୫ ଦିନ ଛୁଟି ଆବେଦନ କରିଛନ୍ତି ସଞ୍ଜୟ । ଗତକାଲି ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ ସଞ୍ଜୟ  । ଯେଉଁଥିରେ ସେ ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ବିରୋଧରେ ଆରୋପ ଲଗାଇଥିଲେ  । ଆଜି ସଞ୍ଜୟ ଏକ ଭିଡିଓ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି  ।

ଏଥି ସହିତ ସଞ୍ଜୟ ମାନସିକ ଭାବେ ଅସୁସ୍ଥ ଥିବା ଭିଡିଓରେ କହିଛନ୍ତି  । ୨୦୨୦ରେ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ସେହି ସମୟରେ ମାନସିକ ଭାରସ୍ୟମ ହରାଇଥିବା ସେ କହିଛନ୍ତି  । ଏମିତିକି ଔଷଧ ନିୟମିତ ଭାବେ ସେବନ କରନ୍ତି  । କିନ୍ତୁ କିଛି ଦିନ ହେବ ଔଷଧ ନଖାଇବାରୁ ପୁନର୍ବାର ସେ ବିଚଳିତ ରହିଛନ୍ତି  । ଯଦ୍ୱାରା ସେ ଏମିତି ତ୍ରୁଟି ପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସ୍ୱୀକାର କରିଛନ୍ତି ସଞ୍ଜୟ ପଣ୍ଡା  ।

ପୁରୀ ପୋଲିସ ଜିଲ୍ଲାରେ ଭଲ କାର୍ଯ୍ୟ କରୁଥିବା ବେଳେ ସେ ପ୍ରକାଶ କରିଥିବା ମନ୍ତବ୍ୟକୁ ନେଇ ଭିଡିଓ କରି କ୍ଷମାପ୍ରାର୍ଥନା କରିଛନ୍ତି ସଞ୍ଜୟ । କହିଛନ୍ତି, ମୁଁ ଜଣେ ମାନସିକ ରୋଗୀ । ଦୀର୍ଘଦିନ ହେବ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଛି । ଚିକିତ୍ସା ପାଇଁ ଛୁଟି ଆବେଦନ କରିଛି ବୋଲି ଭିଡିଓରେ କହିଛନ୍ତି ସଞ୍ଜୟ । ସଞ୍ଜୟଙ୍କ ସ୍ତ୍ରୀ ଏଲିନା ପଣ୍ଡା ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ସ୍ବାମୀ ମାନସିକ ଅସୁସ୍ଥ ଥିବା  କହିଛନ୍ତି ।