ଆର୍ଥିକ ସ୍ଥିତି ସୁଧାରିବ ଉତ୍ପାଦ ଶୁଳ୍କ: ୧.୬ ଲକ୍ଷ କୋଟି ଊର୍ଦ୍ଧ୍ୱ ଟଙ୍କା ଆୟ ଆଶା

1 min read

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁଁ କମିଛି ରାଜସ୍ୱ । ଦୋହଲି ଯାଇଛି ଦେଶର ଆର୍ଥିକ ସ୍ଥିତି । ଏଭଳି ସମୟରେ ଅର୍ଥବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ଟଙ୍କାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜକୋଷର କ୍ଷତି ସହିବାକୁ ସକ୍ଷମ ନୁହଁନ୍ତି ସରକାର । ଏଣୁ ପେଟ୍ରୋଲ ଓ ଡିଜେଲ୍‌ର ଉତ୍ପାଦ ଶୁଳ୍କ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଉ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ଐତିହାସିକ ହ୍ରାସ ସରକାରଙ୍କୁ ସୁହାଇଛି ।

ଏହାର ଫାଇଦା ଉଠାଇବା ପାଇଁ ପେଟ୍ରୋଲ ୧୦ ଟଙ୍କା ପ୍ରତି ଲିଟର ଓ ଡିଜେଲ୍‌ ୧୩ ଟଙ୍କା ପ୍ରତି ଲିଟର  ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଛି । ଉତ୍ପାଦ ଶୁଳ୍ପରେ ଏହି ବୃଦ୍ଧି ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ପାଖାପାଖି ୧.୬ରୁ ଲକ୍ଷ  କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ ମିଳିବ । ଗତ ୨ ମାସ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇ ଉତ୍ପାଦ ଶୁଳ୍ପରେ ବୃଦ୍ଧି କରିଛନ୍ତି । ଉତ୍ପାଦ ଶୁଳ୍ପରେ ବୃଦ୍ଧି ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ୧.୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରାଜସ୍ୱ ମିଳିପାରିବ । କିନ୍ତୁ ଏଥିଲାଗି ପୂର୍ବ ବର୍ଷ ଭଳି ଅର୍ତାତ ୨୦୧୯-୨୦ ଭଳି ବଜାରରେ ସମାନ ଭାବେ ତେଲର ଚାହିଦା ରହିବାର ଆବଶ୍ୟକତା ରହିଛି । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଚଳିତ ବର୍ଷ ବଜାରେ ତେଲା ଚାହିଦ ବହୁତ କମିଛି ।

ଲକ୍‌ଡାଉନ୍‌ ୩.୦: ଚହିଦା ବଢ଼ିବାର ସମ୍ଭାବନା

ଲକ୍‌ଡାଉନ୍‌ ୩.୦ରେ କିଛି କଟକଣାରେ କୋହଳ କରିଛନ୍ତି ସରକାର । ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏହା ଦ୍ୱାରା ଲକ୍‌ଡାଉନ୍‌ କଟକଣା ପୂରା ହଟାଇବା ପରେ ବଜାରେ ଡିମାଣ୍ଡ ବଢ଼ିବାର ଆଶା କରାଯାଉଛି ।

Leave a Reply