ରାଜଧାନୀରେ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ, ନିୟମ ଉଲ୍ଲଂଘନ ପାଇଁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ମଦ ଆସରକୁ ନାଚଗୀତରେ ମସଗୁଲ ନିଶାଡ଼ି । ନିୟମ ବେଖାତିର କରି ବିଳମ୍ବିତ ରାତିରେ ଚାଲିଥିଲା ବାର୍‌ । ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍‌ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଖିଲାପ କରି କାହିଁକି ଜମିଥିଲା ମଦର ଆସର, ଏହାର ଉତ୍ତର ଦେବା ପାଇଁ ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅବକାରୀ ଟିମ ।

ସୂଚନା ଅନୁସାରେ ରାଜଧାନୀରେ ରାତି ୧୧ଟା ପରେ ବାର୍ ଖୋଲା ରହୁଛି । ବାରରୁ ଫେରୁଥିବା ବ୍ୟକ୍ତି ମଦ୍ୟପାନ କରି ରାସ୍ତାରେ ଆତଙ୍କରାଜ କରୁଛନ୍ତି । ରାତି ୧୧ଟା ପରେ ବାର୍ ଖୋଲି ନିୟମ ଉଲ୍ଲଂଘନ କରୁଥିବା ବାରକୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ପରେ ନିୟମ ଉଲ୍ଲଂଘନ କଲେ ବାରର ଲାଇସେନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ।