spot_img

Latest Posts

ଗନ୍ଧମାର୍ଦ୍ଦନରେ ପୁଣି ପୋଲିସ ଓ ମାଓବାଦୀ ମୁହାଁମୁହିଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନରେ ପୁଣି ପୋଲିସ ଓ ମାଓବାଦୀ ମୁହାଁମୁହିଁ l ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି l ଗନ୍ଧମାର୍ଦ୍ଦନ ନିକଟ ଭାନପୁର ପଞ୍ଚାୟତ ହନୁପାଲିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ଜଣାପଡିଛି l ବଲାଙ୍ଗୀର ଏସ୍‌ପି ରିଶିକେଶ ଖିଲାରୀ ଏହି ସୂଚନା ଦେଇଛନ୍ତି l ଭାନପୁର ପଂଚାୟତ ହନୁପାଲିରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବାରୁ ସେହି ଅଞ୍ଚଳକୁ ସିଲ କରିଛି ପୋଲିସ । ୧୫ରୁ ୨୦ ଟପ୍ ନକ୍ସଲ ଲୁଚି ଥିବାର ସୂଚନା ପାଇ ପୋଲିସ ଏବଂ ଏସଓଜିର ମିଳିତ ଟିମ୍ ରାତିରୁ ଅପରେସନ ଜାରି ରଖିଛି। ହନୁପାଲି ଗାଁ ଦୋକାନକୁ ସାମଗ୍ରୀ କିଣିବାକୁ ଆସିବା ପରେ ନକ୍ସଲଙ୍କ ଉପସ୍ଥିତି ସଂପର୍କରେ ଜଣାପଡ଼ିଥିଲା। କିଛି ମାସ ହେଲା ବିବିଏମ୍ ଡିଭିଜନ ସକ୍ରିୟ ହୋଇଛି I ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ଡିଭିଜନ୍ କମିଟି ପକ୍ଷରୁ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ କରୁଛି ଲାଲବାହିନୀ।

Latest Posts

Don't Miss