ପୁଣି ଏମାର ମଠ ଯାଞ୍ଚ, ମାଟି ତଳୁ ମିଳିବ କି ଗୁପ୍ତଧନ !

ପୁରୀ: ପୁରୀର ବହୁପୁରାତନ ଓ ଧନଶାଳୀ ଏମାର ମଠରେ ପୁଣି ଖୋଳା ଆରମ୍ଭ । ଗତ ସେପ୍ଟେମ୍ବର ୧୬ରେ ଯାଞ୍ଚ କରାଯାଇ ଚିହ୍ନଟ ୩ଟି ସ୍ଥାନରେ ଖନନ ଆରମ୍ଭ ହୋଇଛି । କିନ୍ତୁ ସେତେବେଳେ ମେଟାଲ ଡିଟେକ୍ଟର କ୍ଷମତାଶାଳୀ ହୋଇନଥିବାରୁ ଗଭୀରତା ମାପି ପାରିନଥିଲା । ତେଣୁ ଆଜି ମାଜିଷ୍ଟ୍ରେଟ, ଜିଲ୍ଲା ପ୍ରଶାସନ , ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଏଣ୍ଡାଓମେଣ୍ଟ ଅଧିକାରୀ ସହ ନୂତନ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଯାଞ୍ଚ ସହ ଖନନ ଆରମ୍ଭ ହୋଇଛି । ଗତ ୨୦୧୧ରେ ମଠରୁ ୫୨୨ ଖଣ୍ଡ ରୂପାଇଟା ବାହାରିଥିବା ବେଳେ ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧିନ ରହିଛି । ଏପ୍ରିଲ ୨୦୨୧ରେ ଖୋଳାଯାଇ ୪୫ ଖଣ୍ଡ ରୂପା ଇଟା ବାହାର କରାଯାଇଥିଲା । ଏହା ସହ ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୂପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି୦ ଖଣ୍ଡା ଉଦ୍ଧାର କରାଯାଇଥିଲା । ଉଦ୍ଧାର ରୂପା ଇଟା ଜିଲ୍ଲା ଟ୍ରେଜରୀରେ ରଖାଯାଇଛି । ଏବେ ଆଉ କ’ଣ ବାହାରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply