ପ୍ରଥମଥର ପାଇଁ ମାଟ୍ରିକ ଡ୍ରପଆଉଟ୍ ପିଲା ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

1 min read

ଭୁବନେଶ୍ୱର: ପ୍ରଥମଥର ପାଇଁ ହେବ ଡ୍ରପଆଉଟ ପିଲାଙ୍କ ପାଇଁ ପରୀକ୍ଷା । ୧୩ ହଜାର ୫୮ ପିଲା ଫର୍ମ ଫିଲଅପ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି । ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି । ତେବେ 2021-22 ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନଥିଲେ । ବର୍ତମାନ ଏହି ସଂଖ୍ୟା କମିଛି ବୋଲି କହିଛନ୍ତି ମନ୍ତ୍ରୀ । ଯେଉଁ ପିଲାମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।