spot_img

Latest Posts

ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀ କେମିତି ରହିବେ ଚାପମୁକ୍ତ?

ଭୁବନେଶ୍ବର: ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀ କେମିତି ରହିବେ ଚାପମୁକ୍ତ। ନକାରାତ୍କକ ଉଦବେଗକୁ ଦୂରେଇ କେମିତି ଚାଖିବେ ସଫଳତାର ସ୍ବାଦ। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଶାୟୀଙ୍କୁ ବାଣ୍ଟିଛନ୍ତି ଗୁରୁମନ୍ତ୍ର। ମାସର ତୃତୀୟ ରବିବାରରେ ଅନୁଷ୍ଠିତ ଷଷ୍ଠ ପ୍ରେରଣାଦାୟୀ ବକ୍ତୃତାମାଳାରେ ଛାତ୍ରଛାତ୍ରୀ ଶିଖିଛନ୍ତି ଚାପମୁକ୍ତ ହୋଇ ପାଠ ପଢିବାର କଳାକୌଶଳ। ଓଡ଼ିଶାରୁ ଅଧିକ ଆଇଏସ୍, ଆଇପିଏସ୍ ଓ ପ୍ରଶାସନିକ ଅଧିକାରୀ ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ପ୍ରତ୍ୟେକ ବ୍ୟକ୍ତି ପାଖରେ ରହିଛି କିଛି ନା କିଛି ସ୍ବତନ୍ତ୍ର ଗୁଣ। ନିଜ ସାମର୍ଥ୍ୟକୁ ଚିହ୍ନିବାକୁ ଉଦ୍ୟମ କର । ଆଶା ରଖିଲେ ଦୁଃଖ, ବାସ୍ତବତାକୁ ଗ୍ରହଣ କଲେ ଚାପମୁକ୍ତ। ବିଫଳତାରେ ହତୋତ୍ସାହ ନହୋଇ କାରଣ ଖୋଜ। ତାକୁ ବିଶ୍ଲେଷଣ କର, ମନର କ୍ଷୋଭ ସବୁଠି ନଖୋଲି ଅନ୍ତରଙ୍ଗଙ୍କ ପାଖରେ ପ୍ରକାଶ କର। ସଫଳତା ପଛରେ ଗୋଡ଼ାଇବ।… ମାସର ତୃତୀୟ ରବିବାରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଳୟରେ ଆଇଏଏସ୍, ଆଇପିଏସ୍ ଓ ପ୍ରଶାସନିକ ସେବା ଆଶାୟୀଙ୍କ ପାଇଁ ଅନୁଷ୍ଠିତ ହୋଇଛି ଷଷ୍ଠ ପ୍ରେରଣାଦାୟୀ ବକ୍ତୃତାମାଳା। କିଏ ଗୋଟିଏ ଥର ଉଦ୍ୟମ କରି ଆଇଏଏସ୍ ପାଉଛି। ତ ଆଉ କିଏ ବାରମ୍ବାର ପରୀକ୍ଷା ଦେଇ ବିଫଳ ହେଉଛି

କିଏ ବୟସ ଗଡ଼ିଯାଉଛି ବୋଲି ମାନସିକ ଚାପଗ୍ରସ୍ତ ତ କିଏ ଯେତେ ପାଠପଢିଲେ ବି ପ୍ରତିଯୋଗିତାମୂଳକ ପରୀକ୍ଷାରେ ପାସ୍ କରିପାରୁନି। ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟ ଆଶାୟୀଙ୍କୁ ଶିଖାଇଛନ୍ତି ଚାପମୁକ୍ତ ହେବାର କୌଶଳ। AVOID, ADOPT, ADAPT, ADEPT, ACCEPT… 5A ହେଉଛି ଜୀବନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ମୁକାବିଲା କରିବାର ମନ୍ତ୍ର। ଏହି ପାଞ୍ଚ ମୌଳିକ ସିଦ୍ଧାନ୍ତକୁ ଆପଣାଇଲେ ସଫଳତାର ପାହାଚ ଚଢିହେବ।…

ପୂର୍ବରୁ ରାଜ୍ୟ ଗ୍ରନ୍ଥାଳୟକୁ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଥଲେ। କେବଳ ବହି ସହିତ ନିଜକୁ ସାମିଲ କରି ହେଉଥିଲେ ଭାରାକ୍ରାନ୍ତ। ମାନସିକ ଚାପ ଭିତରେ କେତେବେଳେ ସଫଳତା ମିଳୁଥିଲା ତ କେତେବେଳେ ହତୋତ୍ସାହ ହୋଇ ସବୁ କିଛି ଛାଡି ଭାଗ୍ୟକୁ ଆଦରି ନେଉଥିଲେ। ରାଜ୍ୟ ଗ୍ରନ୍ଥାଳୟରେ ମାସକୁ ଦୁଇଥର ପ୍ରେରଣାଦାୟୀ ବକ୍ତୃତା ଏବେ ପିଲାଙ୍କ ପାଇଁ ଭିଟାମିନ ଭଳି କାମ ଦେଉଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କଲା ବେଳେ ଚାପମୁକ୍ତ ହୋଇ କିପରି ଜ୍ଞାନ ଆହରଣ କରିହେବ ତାର କୌଶଳ ଶିଖିଛନ୍ତି ଆଶାୟୀ ।

ରାଜ୍ୟରୁ କିପରି ଅଧିକ ସଂଖ୍ୟାରେ ବାହାରିବେ ଆଇଏଏସ୍, ଆଇପିଏସ୍ ଓ ଓଏଏସ୍ ଅଧିକାରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହରେକୃଷ୍ଣ ମହାତାବ ରାଜ୍ୟ ଗ୍ରନ୍ଥାଳୟରେ ଆରମ୍ଭ ହୋଇଛି ପ୍ରେରଣାଦାୟୀ ବକ୍ତୃତାମାଳା। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବକ୍ତୃତାମାଳାରେ ବଛାବଛା ଆଇଏଏସ, ଆଇପିଏସ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ବାଣ୍ଟୁଛନ୍ତି ସେମାନଙ୍କ ଜୀବନ ଅନୁଭୂତି ।

Latest Posts

Don't Miss