ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ

1 min read

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ବୁଧବାର ଦିନ ଏକ କୋର୍ଟ ପଳାତକ ଘୋଷିତ କରିଛନ୍ତି । ଏଥିସହିତ ୩୦ ଦିନ ଭିତରେ ହାଜିର ହେବା ଲାଗି ପରମବୀର ସିଂହଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୋର୍ଟ। ଏହି ସମୟ ମଧ୍ୟରେ ଯଦି ସେ ହାଜର ନହୁଅନ୍ତି ତେବେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ପରବୀର ସିଂହଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଅଭିଯୋଗ ଆଣିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ମାମଲା ପରେ ସେ ଫେରାର ହେବା ସହ ଯାଞ୍ଚ କମିଟି ସମ୍ମୁଖକୁ ମଧ୍ୟ ଆସିନଥିଲେ।

ଅଧିକ ପଢନ୍ତୁ- ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବଟି ଅଭିଯୋଗ କରିଥିଲେ। ବାର, ପବ୍ ଓ ରେଷ୍ଟୁରାଣ୍ଟରୁ ବଟି ଆଦାୟ ପାଇଁ ଦେଶମୁଖ କହିଥିଲେ। ଏପରିକି ଅନୀଲ ଦେଶମୁଖ, ସଚିନ ୱାଜେଙ୍କ ଠାରୁ ପ୍ରତିମାସରେ ୧୦୦ କୋଟି ମାଗୁଥିବା ନେଇ ଅଭିଯୋଗ ଲଗାଇଥିଲେ ପୂର୍ବତନ ପୋଲିସ କମିଶନର।

Leave a Reply