ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ

ଆସିକା: ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ । ଗତ ୧୨ ତାରିଖରୁ ସରୋଜ ନିଖୋଜ ରହିଥିବା ନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ପୁଅ ସଂଗୀତ ପାଢ଼ୀ । ଗତକାଲି ସକାଳ ସାଢ଼େ ୮ଟାରୁ ୟୁନିଟ ୬ ଘରୁ ବାହାରକୁ ଯାଇଥିଲେ ମଧ୍ୟ ସେ ଆଉ ଘରକୁ ଫେରି ନଥିଲେ । ତାଙ୍କୁ ବାରମ୍ବାର ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିଲା । ପରେ ପୁଅ ସଂଗୀତ ଏନେଇ ଥାନାରେ ଏତଲା ଦେଇଥିଲେ । ଗତ ୨୦୦୪ରେ ସେ ସ୍ବାଧୀନ ଭାବେ ଲଢିବା ସହ ବିଜେଡିର ସହଯୋଗୀ ସଦସ୍ୟ ଭାବେ ଆସ୍କାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୯ରେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୯ରେ ସରୋଜ ବିଜେପିରେ ଯୋଗ ଦେଇଥିଲେ ।