ପୂର୍ବତନ ମୋହନା ବିଧାୟକଙ୍କ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

1 min read
Ex MLA Of Mohana Dr Uday Narayan Passed Away

ଦିଗପହଣ୍ଡି: ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରୁଟିଏ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ବନ୍ୟପ୍ରାଣୀ ସହିତ ପକ୍ଷୀଙ୍କ ସଂକ୍ରାନ୍ତରେ ଅନେକ ପୁସ୍ତକ ତାଙ୍କର ପ୍ରକାଶିତ ହୋଇଛି ।

ନିକଟରେ ବିହଙ୍ଗ ସଂହିତା ନାମରେ ଏକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ତାଙ୍କ ବିୟୋଗରେ ସାନଖେମୁଣ୍ଡି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave a Reply