ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଥିଲେ, ଆଜି ନବୀନ ନିବାସରେ ଭେଟିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ୍ । ନବୀନଙ୍କୁ ଭେଟି ନିଜ ପୁସ୍ତକ ’ସର୍ଭିସ ଅନଇଣ୍ଟରପଟେଡ୍’ ଉପହାର ଦେଇଛନ୍ତି। ପୁସ୍ତକରେ ତାଙ୍କ ପ୍ରାଶାସନିକ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ ରହିଛି। ରାଜେନ୍ଦ୍ରନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ପଟ୍ଟନାୟକ ଏବଂ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କ ସମ୍ପର୍କ ମଧ୍ୟ ଇତିହାସର ଅଭୁଲା କାହାଣୀ  । କାରଣ ଯେତେବେଳେ ନବୀନ ପଟ୍ଟନାୟକ ପ୍ରଥମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହୁଅନ୍ତି ଅବା ୨୦୦୦ ମସିହାରେ  ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ କରି ଶପଥ ପାଠ କରାଇଥିଲେ ସେତେବେଳେର ରାଜ୍ୟପାଳ  ଏମ୍‌. ଏମ୍‌. ରାଜେନ୍ଦ୍ରନ  ।

ଗୁରୁବାର ଏମ୍‌. ଏମ୍‌. ରାଜେନ୍ଦ୍ରନ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁନ ଭେଟିଛନ୍ତି  । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି  । ଏଥିସହିତ ନିଜର ପୁସ୍ତକ  ’ସର୍ଭିସ ଅନଇଣ୍ଟରପଟେଡ୍’ ଉପହାର ମଧ୍ୟ ଦେଇଛନ୍ତି।