ଓଡିଶାକୁ ଚିଦାମ୍ବରମଙ୍କ ପ୍ରଶଂସା, କୋଭିଡ ପରିଚାଳନାରେ ନିଭାଉଛି ଦାୟିତ୍ୱ

ଭୁବନେଶ୍ୱର: କୋଭିଡ ପରିଚାଳନାରେ ଓଡ଼ିଶା ନିଭାଉଛି ଦାୟିତ୍ୱ । ଅକ୍ସିଜେନ ବଣ୍ଟନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ରଣନୀତି, ଯୋଜନା ଓ ଦରଦୃଷ୍ଟି ଯୋଗୁଁ କରୋନାକୁ ଆୟତ କରିବାରେ ସଫଳ ହୋଇଛନ୍ତି ଓଡ଼ିଶା ସରକାର । ଜାତୀୟ ଗଣମାଧ୍ୟମରେ ଏଭଳି ବିବୃତି ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଓଡ଼ିଶା ସହ କେରଳ ମଧ୍ୟ କରୋନା ମୁକାବିଲା ବେଶ ସଫଳତା ପାଇଥିବା କହିଛନ୍ତି ଚିଦାମ୍ବରମ୍ବ ।

ବର୍ତ୍ତମାନ ସମୟରେ ଅନେକ ବାଧାବିଘ୍ନ ସତ୍ୱେ ରାଜ୍ୟ ସରକାର ସେମାନେ ନିଜ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ ହୋଇପାରିଛନ୍ତି  । ଏଥିସହ କେନ୍ଦ୍ର ସରକାରଙ୍କ ଟିକାକରଣ ଯୋଜନାକୁ ମଧ୍ୟ ପି ଚିଦାମ୍ବରମ ନିନ୍ଦା କରିଛନ୍ତି । ଦେଶରେ ଟିକା ଅଭାବକୁ ଦୁର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଦେଶରେ କେତେ ଟିକାର ଆବଶ୍ୟକ ରହିଛି ତାର ହିସାବରେ ମଧ୍ୟ କେନ୍ଦ୍ର ବିଫଳ ହୋଇଛି ।

ଦେଶରେ ଟିକାର ଅଭାବ ଥିବା ବେଳେ କେନ୍ଦ୍ରର ଟିକା ଉତ୍ସବ ପାଳନକୁ ନାପସନ୍ଦ କରିଛନ୍ତି ଚିଦାମ୍ବରମ । ପ୍ରତ୍ୟେକ ଦିନ ଟିକାକରଣକୁ ବଢାଇବା ବଦଳରେ ଟିକାକରଣ କମୁଛି । ସ୍ପୁଟନିକ୍‌ ଭି ବ୍ୟତିତ ଅନ୍ୟକୌଣସି ଟିକାକୁ ସରକାର ଅନୁମତି ନଦେବା ମଧ୍ୟ ଏକ ବିଫଳତା ବୋଲି ଚିଦାମ୍ବରମ କହିଛନ୍ତି ।

Leave a Reply