ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ

Ex-Editor Of Odia Daily Samaj Manorama Mohapatra Passes Away 

କଟକ: ଆଖି ବୁଜିଛନ୍ତି ମନୋରମା ମହାପାତ୍ର । ସମାଜର ପୂର୍ବତନ ସମ୍ପାଦିକା ମନୋରମାଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ଦେହାନ୍ତ ଘଟିଛି । ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା । ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।

Ex-Editor Of Odia Daily Samaj Manorama Mohapatra Passes Away 

ସେ ରେଭେନ୍ସା କଲେଜ ଏବେର ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୪୦ରୁ ଅଧିକ ବହି ଲେଖିଥିବା ବେଳେ ଏକାଧିକ ବହି ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି । ଏକାଧିକ ଥର ସେ ପୁରସ୍କୃତ ହୋଇଛି । ତାଙ୍କ ଲିଖିତ ଗଦ୍ୟ ଓ ପଦ୍ୟ ପୁସ୍ତକରେ ସମୟ ଓ ସମାଜର କଥା ବର୍ଣ୍ଣିତ । ତାଙ୍କ ଲିଖିତ ପ୍ରଥମ ପୁସ୍ତକ ହେଉଛି ‘ଜୁଆର ଯେଉଁଠି ଉଠେ’ ।

Ex-Editor Of Odia Daily Samaj Manorama Mohapatra Passes Away 

୧୯୭୬ରେ ସେ ସାହିତ୍ୟ ପାଇଁ ଝଙ୍କାର ସମ୍ମାନ ପାଇଥିଲେ । ୧୯୮୪ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ସେ ୧୯୮୨ରୁ ୧୯୯୦ ଯାଏଁ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ୧୯୯୧ରୁ ୧୯୯୪ ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ୨୦୧୯ରେ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡି.ଲିଟ୍ ଉପାଧି ଦିଆଯାଇଥିଲା । ୧୯୯୮ରେ ଦୈନିକ ସମାଜର ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଯାହାର ଭରଣା ଅସମ୍ଭବ ।

Leave a Reply