ବିଜେଡିରେ ସାମିଲ ହେଲେ ଦିଗପହଣ୍ଡିର ପୂର୍ବତନ NAC ଅଧ୍ୟକ୍ଷ
1 min readଭୁବନେଶ୍ୱର : ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ। ଦିଗପହଣ୍ଡିର ୫୦୦ କଂଗ୍ରେସ କର୍ମୀ କଂଗ୍ରସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୯ରେ କଂଗ୍ରେସ ଟିକେଟରୁ ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ ନାରାୟଣ ରାଜୁ । କିନ୍ତୁ ତାଙ୍କୁ ସେଠାରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ତେବେ ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ରହିଥିଲେ ଭି. ରବି ନାରାୟଣ । କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ ଏବଂ ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିଶିଥିବା ସେ କହିଛନ୍ତି ।
ଯିଏ ବି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନବୀନ ନିବାସରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି । ')}