ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
1 min read
ନୂଆଦିଲ୍ଲୀ: କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ହାତ ଧରିଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ଆଜି ଏଆଇସିସି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣପର୍ବ । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର ମିଶ୍ରଣ ବେଳେ ଉପସ୍ଥିତ ରହିଥିଲେ । କଂଗ୍ରେସରେ ଯୋଗଦାନ ପରେ AICC ସଭାପତି ମଲ୍ଲିକାର୍ଜୁନଙ୍କୁ ଭେଟିଲେ ବିଜୟ ।
ତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ କଂଗ୍ରେସରେ ସାମିଲ ହୋଇଥିବା ସୂଚନା ମିଳିଛି । ୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ବିଜୟ ପଟ୍ଟନାୟକ । ୨୦୧୦ରୁ ୨୦୧୩ ଥିଲେ ମୁଖ୍ୟ ଶାସନ ସଚିବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସେ ଅଧ୍ୟକ୍ଷ ଥିଲେ । ୨୦୧୪ରେ ଥିଲେ ମାନବାଧିକାର କମିଶନ ସଦସ୍ୟ ।