ଶୁଣନ୍ତୁ ଇଭିଏମ ହ୍ୟାକ୍ ପ୍ରସଙ୍ଗରେ କଣ କହିଲେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ନିର୍ବାଚନ ତାରିଖ । ୭ଟି ପର୍ଯ୍ୟାୟରେ ଦେଶରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତି ନିର୍ବାଚନରେ ଇଭିଏମକୁ ନେଇ ରାଜନୈତିକ ଦଳମାନେ ପ୍ରଶ୍ନ ଉଠାଇଥାନ୍ତି । କହିଥାନ୍ତି କି, ଇଭିଏମ ହ୍ୟାକ କରାଯାଏ । ଏବଂ ଇଭିଏମରେ ଦୁର୍ନୀତି କରାଯାଇ ନିର୍ବାଚନ ଜିତାଯାଏ । ତେବେ ସାମ୍ବାଦିକ ସମ୍ମିଳନୀରେ ଏକ ସମ୍ପର୍କରେ ଇସି ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । କହିଛନ୍ତି କି, ଫଳାଫଳ ଆସିବା ପରେ ରାଜନୈତିକ ଦଳମାନେ ଇଭିଏମକୁ ଦାୟୀ କରିଥାନ୍ତି । କିନ୍ତୁ ସବୁ ଭୋଟରଙ୍କ ଉପରେ ନିର୍ଭର କରୁଛି । କୌଣସି ଇଭିଏମ ହ୍ୟାକ୍ ହୋଇନଥାଏ । ଏଡା ଉପରେ କଡ଼ା ନଜର ରଖାଯାଇଥାଏ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା । ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ସିଇସି ରାଜୀବ କୁମାର । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ପ୍ରେସମିଟ୍ ଉପରେ ।

ନିର୍ବାଚନ ପରିଚାଳନା ଲାଗି ଇସି ସମ୍ପୂର୍ଣ୍ଣ ପ୍ରସ୍ତୁତ

୧୬ ଜୁନରେ ସରୁଛି ଲୋକସଭା କାର୍ଯ୍ୟକାଳ

ନିର୍ବାଚନ ପ୍ରସ୍ତୁତି ଲାଗି ୨ ବର୍ଷର କସରତ

ଦେଶରେ ୯୭ କୋଟି ପଞ୍ଜି ଭୋଟର

୮୩ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ

୪୮ ହଜାର କିନ୍ନର ଭୋଟର

ସବୁ ବୁଥ ଲାଗି ସମସ୍ତ ପ୍ରକାର ସୁବିଧା କରାଯାଇଛି

ହେଲ୍ପ ଫାସିଲିଟି, ରାମ୍ପ ବ୍ୟବସ୍ଥା କରାଯାଇଛି

୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ଘରକୁ ଯିବେ ପ୍ରତିନିଧି

ହେଲିକପ୍ଟର, ହାତୀ, ହେଲିକପ୍ଟରରେ ବି ଯିବେ ପ୍ରତିନିଧି

୧୦୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର

ଅପରାଧ ରେକର୍ଡ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବ

ଆଚରଣବିଧି ଉଲ୍ଲଂଘନ, ଅର୍ଥବଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ବାହୁବଳର ମୁକାବିଲା ସିଏପିଏଫ ମୁତୟନ କରାଯିବ

ଏନବିଡଲ୍ୟୁ ଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ରୋକାଯିବ

ବେଆଇନ କାର୍ଯ୍ୟକଳାପ, ଅନ୍ତରାଷ୍ଟ୍ରୀୟ ସୀମାରେ ଡ୍ରୋନ ବ୍ୟବସ୍ଥା

୫୫ ଲକ୍ଷ ଇଭିଏମ ଜରିଆରେ ହେବ ନିର୍ବାଚନ

ମାଗଣା ସାମଗ୍ରୀ ଘୋଷଣା ଉପରେ ରୋକ୍

ପୋଲିସ, ବିଏସଏଫ, କୋଷ୍ଟଗାର୍ଡ ରହିବେ ସତର୍କ

ପୋଲିସ, ବିଏସଏଫ, କୋଷ୍ଟଗାର୍ଡ ରହିବେ ସତର୍କ

ସମସ୍ତ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା କରାଯିବ

ରାଜନୈତିକ ପାଣ୍ଠି ପ୍ରଦାନ ଉପରେ ରୋକ୍

ପ୍ରତି ତାରକା ପ୍ରଚାରକଙ୍କୁ ଗାଇଡଲାଇନ ପ୍ରଦାନ କରାଯିବ

ବ୍ୟକ୍ତିଗତ ଆକ୍ଷେପ, ଧାର୍ମିକ ପ୍ରଚାର ଉପରେ କଟକଣା

ରେଡ ଲାଇନ ଅତିକ୍ରମ ନକରିବାକୁ ଇସିଆଇଙ୍କ ପରାମର୍ଶ

ପ୍ରଚାରରେ ଶିଶୁଙ୍କ ବ୍ୟବହାର କରିବା ଉପରେ ବାରଣ

୨୧ଶହ ଅବଜର୍ଭର ନିଯୁକ୍ତ

ଫେକ ନ୍ୟୁଜ ଉପରେ କଟକଣା