କୁକୁର ପାଇଁ ବୁଲିଲା ବୁଲଡୋଜର, ଜବରଦଖଲ ପ୍ଲଟରେ ଚାଲିଥିଲା ବ୍ୟବସାୟ

ଭୁବନେଶ୍ବର: କୁକୁର ପାଇଁ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର । ଜବରଦଖଲ ପ୍ଲଟରେ କୁକୁର, ଠେକୁଆ ଓ ଅନ୍ୟ ପଶୁ ପକ୍ଷୀ ରଖି ଚାଲିଥିଲା ବ୍ୟବସାୟ । କୁକୁରଙ୍କ ଭୋକିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ପୁର୍ବରୁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଏମସିରେ ଅଭିଯୋଗ କରାଯାଇଥିଲା ।

ପୁର୍ବରୁ ଅନେକ ଥର ଏହି ଘରକୁ ଉଛେଦ କରିବା ପାଇଁ ବିଏମସି ପକ୍ଷରୁ ନୋଟିସ କରାଯାଇଥିଲା । କିନ୍ତୁ ଜବରଦଖଲ କରିଥିବା ବ୍ୟକ୍ତି ନୋଟିସକୁ ହେୟ ଜ୍ଞାନ କରିଥିଲେ । ଆଜି ବିଡିଏ,ବିଏମସି ଓ ପୋଲିସ ମିଳିତ ଭାବରେ ଘଟଣାସ୍ଥଳରେ ଉପସ୍ଥିତ ରହି ଡଗ କ୍ୟାଚରଙ୍କ ଦ୍ବାରା କୁକୁର ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଉଦ୍ଧାର କରାଯାଇଛି ।

ସଂପୃକ୍ତ ଘରକୁ ଖାଲି କରିବା ପରେ ତାକୁ ଭାଙ୍ଗି ଦିଆଯିବ । ସଂପୃକ୍ତ ଜମି ଜଳସେଚନ ବିଭାଗର ବୋଲି ଜଣା ପଡିଛି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ମୌଜାର ଏହି ପ୍ଲଟ ଜବରଦଖଲ କରି ସେଠାରେ ଘର ନିର୍ମାଣ କରି କୁକୁର ଓ ଠେକୁଆ ସମେତ ବିଭିନ୍ନ ପଶୁପକ୍ଷୀ ରଖି ବ୍ୟବସାୟ ଚାଲିଥିଲା।