‘ମୋବାଇଲ ଯୋଗୁଁ ୨୦ ବର୍ଷ ପରେ ପ୍ରତ୍ୟେକଙ୍କ ଘରୁ ବାହାରିବେ ଜଣେ ପାଗଳ’
ବ୍ୟୁରୋ ରିପୋର୍ଟ : ୨୦ ବର୍ଷ ପରେ ପ୍ରତ୍ୟେକଙ୍କ ଘରୁ ଜଣେ ବ୍ୟକ୍ତି ପାଗଳ ବାହାରିବେ । ଏବେ ଠୁ ହୋଇଯାନ୍ତୁ ସଜାଗ । ନଚେତ୍ ଆପଣଙ୍କୁ ବି ଭୋଗିବାକୁ ପଡିପାରେ ଏଭଳି ପରିଣାମ । ଏକାଥ ଆମେ କହୁନୁ ଏକଥା କହିଛନ୍ତି ସବଜି ଢୋଲକିଆ।
ଆଜିକାଲି ମୋବାଇଲ ବ୍ୟବହାର କରିବା ଗୋଟେ ନିଶା ପାଲଟିଯାଇଛି। ପିଲାଠୁ ବୁଢାଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି । ମୋବାଇଲ ବିନା ବଞ୍ଚିବା ଯେମିତି ଅସମ୍ଭବ ହୋଇଗଲାଣି। ସକାଳୁ ରାତି ଯାଏଁ ମୋବାଇଲ ହାତରେ ରହିଥାଏ। ତେବେ ମୋବାଇଲର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଖାସ୍ କରି ପିଲାଙ୍କ ଠାରୁ ମୋବାଇଲ ଦୂରରେ ରଖିବା ଉଚିତ୍। ଏହାଦ୍ୱାର ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।