ବିଜେପିକୁ କାଳୁଙ୍କ ଖୋଲା ଚ୍ୟାଲେଞ୍ଜ ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି

ଭୁବନେଶ୍ୱର : ଅପରାଜିତାଙ୍କ ବିରୋଧରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଓଡ଼ିଶା ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦଳର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ । ସେ ଖୋଲା ଚ୍ୟାଲେଞ୍ଜ କରି କହିଛଁନ୍ତି ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ରହିବି । ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି । ମୁଁ ସାଧାରଣ ଲୋକ ଝାଳବୁହା ପରିଶ୍ରମ କରିଛି ଦଳ ପାଇଁ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ ଛିଡା଼ ହୋଇ ଦଳକୁ ଏମିତି ଚେତାବନୀ ଦେଇଛନ୍ତି କାଳୁ ଖଣ୍ଡାୟତରାୟ ।

ସୂଚନା ଅନୂସାରେ ଆଜି ଅପରାଜିତାଙ୍କ ବିରୋଧରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଅପରାଜିତାଙ୍କ ବିରୋଧରେ ଉଗ୍ର ହୋଇଛି ଦଳୀୟ କନ୍ଦଳ । ଏଥର ଆଉ କେଉଁଠି ନୁହେଁ ଖୋଦ୍ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି ଖୋର୍ଦ୍ଧା ବିଜେପିର ନେତୃବୃନ୍ଦ । ଖୋର୍ଦ୍ଧାର ବିଜେପି ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ବୋଲି ଅନେକ ସ୍ଥାନରେ ଘୋଷଣା କରୁଛନ୍ତି । ପ୍ରାର୍ଥୀ ଘୋଷଣା କରିବାକୁ ଅପରାଜିତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି କର୍ମୀ । ତାଙ୍କର ଏଭଳି ମନମୁଖି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଆଁ ହୋଇଛନ୍ତି ବିଜେପି କର୍ମୀ । ପ୍ରତିବାଦରେ ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩ ହଜାରରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି । ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି । ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିକୁ ଶୁଣାଇଛନ୍ତି ଚରମବାଣୀ । ବିଜେପି ପାର୍ଟି ଅଫିସ ଛାତିରେ ଛିଡ଼ା ହୋଇ କାଳୁ ଖଣ୍ଡାୟତ ରାୟ ଅଲଟିମେଟମ ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି, ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ହିଁ ରହିବି । ମୁଁ ସାଧାରଣ ଲୋକ, ଝାଳବୁହା ପରିଶ୍ରମ କରିଛି । ଟିକେଟ୍ ନମିଳିଲେ ଯାହା ହେବ ସମସ୍ତେ ଜାଣିଛ ।