spot_img

Latest Posts

Everyday Science: ଆମେ ଓଜନ ହ୍ରାସ କଲେ, ଓଜନ ଯାଏ କୁଆଡ଼େ ?

Everyday Science: ଓଜନ ହ୍ରାସ କରିବା ପାଇଁ ପ୍ରାୟ ଲୋକ ଚିନ୍ତିତ ଥାଆନ୍ତି । କିଏ ଡାଏଟିଂ କରି ତ କିଏ ଜିମ୍ ବା ଯୋଗ କରି ଓଜନ ହ୍ରାସ କରିଥାଆନ୍ତି । ଏହି ପ୍ରକ୍ରିୟା ଭିତରେ ଗୋଟିଏ ପ୍ରଶ୍ନ ଉଠେ ଯେ, ଆମେ ଓଜନ ହ୍ରାସ କରିବା ପରେ ଏହି ଓଜନ ଯାଏ କୁଏଡେ ? ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ଥିବା ସଠିକ ତଥ୍ୟ ।

ଏତେ ମାତ୍ରାରେ ଫ୍ୟାଟ ଯାଏ କୁଆଡ଼େ  ?

ଏହି ପ୍ରଶ୍ନ  ପ୍ରାୟ ୧୫୦ ଜଣ ବିଶେଷଜ୍ଞଙ୍କୁ ପଚରାଯାଇଥିଲା, ଯେଉଁଥିରୁ ମାତ୍ର ୩ ଜଣ ସଠିକ ଉତ୍ତର ଦେଇଥିଲେ । ଦ କନଭର୍ସେସନର ରିପୋର୍ଟ ମୁତାବକ ନ୍ୟୁ ସାଉଥ ୱେଲ୍ସ ୟୁନିଭର୍ସିଟିର ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ, ୯୮ ପ୍ରତିଶତ ସ୍ୱାସ୍ଥ୍ୟ ପ୍ରୋଭେସନାଲ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇପାରିନଥିଲେ । ତେବେ ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଯେ, ଏହି ଫ୍ୟାଟ ଗୁଡ଼ିକ ପାଣି ଏବଂ କାର୍ବନ ଡାଇ ଅକସାଇଡରେ ପରିଣତ ହୋଇଯାଏ ।

ଏହାର ଅର୍ଥ ଆପଣ ଯେତେବେଳେ ଓଜନ ହ୍ରାସ କରନ୍ତି ସେତେବେଳେ ତାହା ଝାଳ, ମୁତ୍ର ଏବଂ ନିଶ୍ୱାସ ଛାଡ଼ିବା ମାଧ୍ୟମରେ ଶରୀରରୁ ବାହାରି ଯାଇଥାଏ । ଏହି ବିଜ୍ଞାନର ଗଣିତ ଏହିଭଳି ଭାବରେ ବୁଝାଯାଇପାରିବ ଯେ, ଯଦି ଆପଣ ୧୦ କେଜି ଫ୍ୟାଟ ହ୍ରାସ କରୁଛନ୍ତି ତେବେ ଏଥିରୁ ୮.୪ କେଜି ଆପଣଙ୍କ ଫୁସଫୁସ କମ କରିଥିବା ବେଳେ ପ୍ରାୟ ୧.୬ କେଜି ଫ୍ୟାଟ ପାଣିରେ ପରିଣତ ହୋଇଯାଏ ଯାହା ମୂତ୍ର ମାଧ୍ୟମରେ ଶରୀରରୁ ବାହାରିଥାଏ ।

Latest Posts

Don't Miss