spot_img

Latest Posts

ବାପା ବୁଝାଇଲା ପରେ ବୋମା ଫୁଟିଲେ ହସୁଛି ଝିଅ, ଜାଣନ୍ତୁ କାହିଁକି ?

ସିରିଆ: ଦକ୍ଷିଣ ସିରିଆର ଟର୍କିଶ୍‌ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍‌ରେ ଲାଗିଥିବା ଲଢ଼େଇରେ ୨୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆକାଶମାର୍ଗରୁ ବୋମା ବିସ୍ଫୋରଣ ହେଉଥିବା ବେଳେ ଏହି ସବୁ ପରିସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ଭୟ ଭିତରେ କଟୁଛି । ସ୍ଥାନୀୟ ଲୋକଙ୍କୁ ନାନା ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଅଧିକାଂଶ ସମୟରେ ସେଠାରେ ବୋମା ଫୁଟୁଛି । ବୋମା ମାଡ଼ର ଭୟଙ୍କର ଶବ୍ଦରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ସିରିଆରେ ଉପୁଜିଥିବା ଏଭଳି ପରିସ୍ଥିତିରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ବୋମା ଶବ୍ଦରୁ ନିଜ ଶିଶୁକୁ ଭୟଭୀତ ହେବାରୁ ରକ୍ଷା କରିବା ପାଇଁ ଜଣେ ବାପା ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସୋସିଆଲ ମିଡିଆରେ ଏହି ବାପ-ଝିଅଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଲ୍ଲୀ ମୁସ୍ତାଫା ନାମକ ଜଣେ ଟୁଇଟର ୟୁଜର୍ସ ନିଜ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଛନ୍ତି। ଅବଦ୍ଦୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅଟିଏ ଅଛି। ଇଦଲିବ୍‌ରେ ବୋମା ଫୁଟିବା ମାତ୍ରେ କୁନି ଝିଅ ସେଲଭା ଭୟଭୀତ ହୋଇପଡୁଥିବାରୁ ଅବଦୁଲ୍ଲା ତାଙ୍କ ପାଇଁ ଏକ ଖେଳ ପ୍ରସ୍ତୁତ କରିଥିଲେ।

ଖେଳର ନିୟମ ଅନୁଯାୟୀ ଯେତେବେଳେ ବୋମା ଫୁଟିବାର ଶବ୍ଦ ହେବ ସେତେବେଳେ ଉଭୟ ବାପା ଏବଂ ଝିଅ ଖୁବ୍‌ ଜୋରରେ ହସିବେ। ଯାହା ଫଳରେ ବୋମାର ଶବ୍ଦରେ ଝିଅ ଭୟଭୀତ ନହୋଇ ବୋମାର ଶବ୍ଦ ଆଉ ଶୁଣି ପାରିବ ନାହିଁ।

 

 

Latest Posts

Don't Miss