ଜାଣନ୍ତୁ ଦାଉଦ ଇବ୍ରାହିମ ସମ୍ପର୍କରେ ଅଜଣା କଥା

1 min read

ଇସଲାମବାଦ: ବହୁ ଚର୍ଚ୍ଚିତ ଆତଙ୍କବାଦୀ ତଥା ଅଣ୍ଡରଓ୍ବାଲ୍ଡ ଡନଭାବେ ଜଣାଶୁଣା ଦାଉଦ ଇବ୍ରାହିମ ଏବେ ମେଡିକାଲରେ ଚିକିତ୍ସିତ ହେଉଛି । ଭାରତରେ ମୋଷ୍ଟଓ୍ବାଣ୍ଟେଡ ଭାବେ ଜଣାଶୁଣା ଥିବା ଦାଉଦକୁ ବିଷ ଦେଇଥିବା ଖବର ପ୍ରସାରଣ ହେବା ପରେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ୩୦ ବର୍ଷ ଧରି ପାକିସ୍ତାନରେ ଲୁଚି ରହିଥିବା ଦାଉଦ ନିଜର ଅଣ୍ଡର ଓ୍ବାଲ୍ଡରେ ନିଜର କଳା ସାମ୍ରାଜ୍ୟକୁ ବିସ୍ତାର କରି ଚାଲିଥିଲା । ୧୯୯୩ରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିବା ଦାଉଦ ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ । ସେହିପରି ଆମେରିକାରେ ମଧ୍ୟ ଦାଉଦକୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଦୀର୍ଘବର୍ଷ ଧରି ପାକିସ୍ତାନରେ ଲୁଚି ରହିଥିବାବେଳେ ବିଭନ୍ନ ସମୟରେ ଭିନ୍ନ ଭିନ୍ନ ଗୁଜବ ସବୁ ସାମନାକୁ ଆସିଛି ।

କରାଚିର କ୍ଲିଫଟନ ରୋଡରେ ଦାଉଦର ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ପାକିସ୍ତାନୀ ରେଞ୍ଜର୍ସମାନେ କଡ଼ା ସୁରକ୍ଷା ସହ ଦାଉଦର ଘରକୁ ଜଗିଥାନ୍ତି । ସେ ISIର ସୁରକ୍ଷାରେ ରହିଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ ତାର ପ୍ରମାଣପତ୍ର ଦିଆଯାଇଛି । ମାତ୍ର ପାକିସ୍ତାନ ସରକାର ବାରମ୍ବାର ଏହାକୁ ମିଥ୍ୟା ବୋଲି ଦର୍ଶାଇ ଆସୁଥିଲା । ଦାଉଦର ୧୪ଟି ପାସପୋର୍ଟ ରହିଛି । ପୂର୍ବରୁ ମିଛ କହୁଥିବା ପାକିସ୍ତାନ ଏବେ ସତକୁ ଆଉ ଲୁଚାଇ ପାରୁନାହିଁ । କରାଚିରେ ରହୁଥିବା ଦାଉଦ ନିଜ ପତ୍ନୀ ଏବଂ ୪ ପିଲାଙ୍କ ସହ ବାରମ୍ବାର ଦୁବାଇ ଯାତ୍ରା କରିଥାଏ । ପତ୍ନୀଙ୍କ ନାମରେ ମଧ୍ୟ ମିଥ୍ୟା ପାସପୋର୍ଟ ବନାଯାଇଛି । ଏଜେନ୍ସି ସୂତ୍ରରୁ ଏଭଳି ସୂଚନା ମିଳିଥିବାବେଳେ ଟେଲିଫୋନ ବିଲ ହସ୍ତଗତ ହୋଇଛି । ଦାଉଦର ପ୍ରଥମ ପତ୍ନୀ ରହିଥିଲେ ସୁଦ୍ଧା ସେ ଜଣେ ମୁସଲମାନ ଯୁବତୀଙ୍କୁ ବିବାହ କରିଥିବା କୁହାଯାଉଛି । ପ୍ରଥମ ପତ୍ନୀ ମୁମ୍ବାଇର ବାସିନ୍ଦା ହୋଇଥିବାବେଳେ ତାଙ୍କୁ ଛାଡ଼ପତ୍ର ଦେଇନାହାନ୍ତି ।

ଦାଉଦ ୧୯୫୫ ମସିହାରେ ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ କନେଷ୍ଟବଳ ଥିଲେ । ୭୦ ଦଶକରେ ଦାଉଦର ନାମ ବେଶ ଚର୍ଚ୍ଚାରେ ରହିଥିଲା । ସେ ପ୍ରଥମେ ମସ୍ତାନ ଗ୍ୟାଙ୍ଗ ସହ କାମ କରୁଥିଲା । ଧରେ ଧିରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ଗ୍ୟାଙ୍ଗ ଗଢ଼ିଥିଲା । ୯୦ ଦଶକରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣ ସେ ମାଷ୍ଟରମାଇଣ୍ଡ ରହିଥିବାବେଳେ ଏହାପରେ ଭାରତ ଛାଡ଼ି ପଳାଇଥିଲା । ଦୁବାଇରେ ରହି ନିଜର କଳା ସାମ୍ରାଜ୍ୟ ବଢ଼ାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପାକିସ୍ତାନରେ ନିଜର ପରିବାର ସହ ରହିଥିଲା । ଏବେ ମଧ୍ୟ ସେଠାରେ ନିଜର ପରିବାର ସହ ରହୁଛି । ୨୦୦୩ ମସିହାରେ ବିଶ୍ବ ଆତଙ୍କବାଦୀଭାବେ ଦାଉଦର ନାମକୁ ଘୋଷଣା କରାଯାଇଥିଲା । ଏହାସହ ୨୦୧୧ ମସିହାରେ FBI ଏବଂ ଫୋବସ ତାଲିକାରେ ବିଶ୍ବର ତୃତୀୟ ସର୍ବାଧିକ ପଳାତକ ଭାବେ ଘୋଷଣା କରାଯାଇଥିଲା ।

ଦାଉଦର ପରିବାର କହିଲେ ପତ୍ନୀଙ୍କ ସହ ୪ ସନ୍ତାନ । ଏହି ସନ୍ତାନଙ୍କ ମଧ୍ୟରେ ୩ଜଣ ଝିଅ ରହିଥିବାବେଳେ ମାତ୍ର ଗୋଟିଏ ପୁଅ ରହିଛି । ତେବେ ଦାଉଦର ସାନ ଝିଅ ମୃତ୍ୟୁ ବରଣ କରିଥିବାବେଳେ ବାକି ସମସ୍ତ ସନ୍ତାନ ବିବାହ କରିଛନ୍ତି । ବଡ଼ ଝିଅ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାରଙ୍କ ପୁଅକୁ ବିବାହ କରିଛନ୍ତି । ଦାଉଦର ୧୫ଟି ଡାକ ନାମ ରହିଛି ।