୧୬୫ କୋଟି ଟଙ୍କାର ନିଶାଦ୍ରବ୍ୟ ଖାଇଦେଲା ଭାଲୁ

1 min read

ନନ୍ଦିଘୋଷ ବ୍ୟୁରୋ: ନିଶା ତ ମଣିଷ କରନ୍ତି  । କିନ୍ତୁ ପଶୁ – ପକ୍ଷୀ ବି ନିଶାରେ ମସଗୁଲ  । କୋକେନ ବିୟର ନାମକ ଏକ ଫିଲ୍ମ ପରଦାକୁ ଆସିଛି  । ଯେଉଁଥିରେ  ଭାଲୁ  କୋକେନ୍ ଖାଇ କେମିତି ଗଡୁଛି, ତାହା ଦେଖିବାକୁ ମିଳିଥିଲା  । କିନ୍ତୁ ଏଇ ଫିଲ୍ମ ବାସ୍ତବ କାହାଣୀ ଉପରେ ଆଧାରିତ  । ମସିହା ୧୯୮୫  । ଦେଶ ଜର୍ଜିଆ  । ଡ୍ରଗ୍ସ ମାଫିଆ ରିଓ ଥର୍ଟନ ଚଲାଇଥାଏ ବଡ ଧରଣର କଳା ସାମ୍ରାଜ୍ୟ  । ଏମିତିକି ଗୋଟିଏ ପ୍ଲାଇଟ ବୁକ କରି ସେଥିରେ ଲକ୍ଷାଧିକ କେଜିର କୋକେନ ଭର୍ତ୍ତି କରି ଜର୍ଜିଆ ଜଙ୍ଗଲ ଉପରେ ଯାଉଥାଏ  ।

କଲୋମ୍ବିଆରୁ ସଂଯୁକ୍ତ ରାଷ୍ଟ୍ର ଅଭିମୁଖେ ଉଡାଣ ଭରିଥାଏ ଡ୍ରଗ୍ସ ଭର୍ତ୍ତି ଫ୍ଲାଇଟ୍  । ଆଉ ପୋଲିସର ନଜର ମଧ୍ୟ ଥାଏ ମାଫିଆ ଉପରେ  । ଚଢାଉରେ ଭୟରେ  ରିଓ ଥର୍ଟନ ରଚିଥିଲା ଏକ ପ୍ଲାନ  । ଜର୍ଜିଆ ଜଙ୍ଗଲରେ ଫିଙ୍ଗିଦେଇଥିଲା ଲକ୍ଷାଧିକ କେଜିର କୋକେନ    । ଯାହାର ମୂଲ୍ୟ ୧୬୫ କୋଟି  ।  ନିଜେ ମଧ୍ୟ ପାରାସୁଟ୍ ଯୋଗେଁ ଡେଇଁ ପଡିଥିଲା  । କିନ୍ତୁ ଫ୍ଲାଇଟର ଉଚ୍ଚତା ଅଧିକ ଥିବାରୁ ହାର୍ଟଚୋକରେ ମୃତ୍ୟୁ ବରଣ କରିଥିଲା ଡ୍ରଗ୍ସ ମାଫିଆ ରିଓ ଥର୍ଟନ  ।

କିନ୍ତୁ ଜର୍ଜିଆର ଘଞ୍ଚ ଜଙ୍ଗଲରେ ପଡିଥିଲା ହଜାର ହଜାର କେଜିର କୋକେନ ପ୍ୟାକେଟ  । ଖବର ପାଇ ପୋଲିସ ପହଁଚି  ଯାହା ଦେଖେ, ଆଶ୍ଚର୍ଯ୍ୟ ହୋଇପଡ଼େ  । ପୋଲିସ ଆସିବା ଆଗରୁ ଭାଲୁ ଆସି କୋକେନ ଖାଇବାରେ ଲାଗିଛି  । ଏମିତିକି ଭାଲୁଟି ହିଂସ୍ର ହୋଇ ପଡିଛି  । ପରବର୍ତ୍ତୀ ସମୟରେ ଓଭରଡୋଜ ନିଶା ଯୋଗୁଁ ଭାଲୁର ମୃତ୍ୟୁ ଘଟିଥିଲା  । କିନ୍ତୁ ଜଙ୍ଗଲରେ ପଡିଥିବା ୧୬୫ କୋଟି ଟଙ୍କାର କୋକେନକୁ ଖାଇଦେଇଥିଲା  ।  ଆଉ ଯାହାକୁ ନେଇ ଆସିଛି ଫିଲ୍ମ କୋକେନ ବିୟର  ।

କେବଳ ଏତିକି ନୁଏଁ ୧୯ଶହ ଶତାଦ୍ଦୀରେ  ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ  । ଯେଉଁଠି ହାତୀ ନିଶାରେ ହିଂସ୍ର ହୋଇଯାଇଥିଲେ  । ଆଫ୍ରିକା ଜଙ୍ଗଲରେ ବାସ କରୁଥିବା ଜୁଲ ଜନଜାତି ଦେଖିବାକୁ ପାଇଥିଲେ ତାଙ୍କ ପାଳିତ ହାତୀ ମାନେ ହିଂସ୍ର ହୋଇ ଉତ୍ପାତ ମଚାଉଥିଲେ  । ଆକ୍ରମଣ କରୁଥିଲେ  । ଏହାର କାରଣ ଖୋଜି ସେମାନେ ଜାଣିପାକୁ ପାଇଥିଲେ  । ହାତୀମାନେ ଜଙ୍ଗଲରେ ଏକ ନିଶା ଜାତୀୟ ଫଳକୁ ଖାଉଥିଲେ  । ଯେବେ ସେହି ଫଳକୁ ହାତୀ ମାନେ ଖାଇବାକୁ ପାଉ ନଥିଲେ ସେବେ ସେମାନେ ହିଂସ୍ର ପାଲଟି ଯାଉଥିଲେ  । ଆଉ ଶାନ୍ତ  ହାତୀ ମାନେ ଆକ୍ରମଣ  କରୁଥିଲ  ।

ସେହିପରି ଆଫ୍ରିକାର ବରବେଡ ବା ନୀଳ ମାଙ୍କଡ ଯେତେବେଳେ ବେରବିୟନ ଆଇଲ୍ୟାଣ୍ଡରେ ପହଁଚିଥିଲେ  । ସେମାନେ ଆଖୁ ରସ ପିଇବା ଆରମ୍ଭ କରିଦେଲେ  । ଯାହା ଫଳରେ ସେମାନେ ଏକ ପ୍ରକାର ନିଶାଗ୍ରସ୍ତ ହୋଇପଡିଥିଲେ  । ଏକ ଷ୍ଟଡି ରିଗପୋର୍ଟରୁ ଜଣା ପଡିଥିଲା କି, ଯଦି ଖାଲି ପାଣି ଏବଂ ନିଶା ମିଶାଯାଇଥିବା ପାଣି ରଖାଯାଏ  । ତେବେ ୫ଟି ମାଙ୍କଡ ମଧ୍ୟରୁ ଗୋଟିଏ ମାଙ୍କଡ ନିଶା ମିଶା ପାଣିକୁ ସେବନ କରୁଥିବା ଦେଖିବାକୁ ମିଳିଥିଲା  । କେବଳ ହାତୀ ବା ମାଙ୍କଡ ନୁହେଁ ପଶୁ-ପକ୍ଷୀ -କୀଟ ସମସ୍ତେ ନିଶା ସେବନ କରୁଥିବା ଜଣା ପଡିଛି  ।

ଭାରତରେ ଦିନକୁ ୮ ଲକ୍ଷ ଲିଟର ମଦ ମୂଷା ପିଇ ଦେଉଥିବା ଅଭିଯୋଗ ହୋଇଥିଲା  । ମଧ୍ୟପ୍ରଦେଶର ଏକ ସ୍ଥାନ ରହିଛି  । ଯାହାର ନାମ ନଶେଡି ତତୋ  । ଏଠାକାର କୃଷକ ଔଷଧ  ପ୍ରସ୍ତୁତରେ ବ୍ୟବହାର ହେଉଥିବା ଅଫିମ ଚାଷ କରିଥାନ୍ତି  । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ନେଇ  । କିନ୍ତୁ ଉକ୍ତ ସ୍ଥାନରେ ମଣିଷକୁ ଠାରୁ ଅଧିକ ଅଫିମ ଖାଇଥାନ୍ତି ଶୁଆ   । ଜଙ୍ଗଲରୁ ଉଡି ଆସି ପ୍ରତିଦିନ ଅଫିମ ଫଳକୁ ଥଣ୍ଟରେ ଟେକି ନେଇଯାଇଥାନ୍ତି  । ଯେମିତିକି ଶୁଆଙ୍କୁ ପ୍ରତିଦିନ ଆବଶ୍ୟକ ପଡିଥାଏ ଅଫିମ ନିଶା  ।