୧୬୫ କୋଟି ଟଙ୍କାର ନିଶାଦ୍ରବ୍ୟ ଖାଇଦେଲା ଭାଲୁ
1 min readନନ୍ଦିଘୋଷ ବ୍ୟୁରୋ: ନିଶା ତ ମଣିଷ କରନ୍ତି । କିନ୍ତୁ ପଶୁ – ପକ୍ଷୀ ବି ନିଶାରେ ମସଗୁଲ । କୋକେନ ବିୟର ନାମକ ଏକ ଫିଲ୍ମ ପରଦାକୁ ଆସିଛି । ଯେଉଁଥିରେ ଭାଲୁ କୋକେନ୍ ଖାଇ କେମିତି ଗଡୁଛି, ତାହା ଦେଖିବାକୁ ମିଳିଥିଲା । କିନ୍ତୁ ଏଇ ଫିଲ୍ମ ବାସ୍ତବ କାହାଣୀ ଉପରେ ଆଧାରିତ । ମସିହା ୧୯୮୫ । ଦେଶ ଜର୍ଜିଆ । ଡ୍ରଗ୍ସ ମାଫିଆ ରିଓ ଥର୍ଟନ ଚଲାଇଥାଏ ବଡ ଧରଣର କଳା ସାମ୍ରାଜ୍ୟ । ଏମିତିକି ଗୋଟିଏ ପ୍ଲାଇଟ ବୁକ କରି ସେଥିରେ ଲକ୍ଷାଧିକ କେଜିର କୋକେନ ଭର୍ତ୍ତି କରି ଜର୍ଜିଆ ଜଙ୍ଗଲ ଉପରେ ଯାଉଥାଏ ।
କଲୋମ୍ବିଆରୁ ସଂଯୁକ୍ତ ରାଷ୍ଟ୍ର ଅଭିମୁଖେ ଉଡାଣ ଭରିଥାଏ ଡ୍ରଗ୍ସ ଭର୍ତ୍ତି ଫ୍ଲାଇଟ୍ । ଆଉ ପୋଲିସର ନଜର ମଧ୍ୟ ଥାଏ ମାଫିଆ ଉପରେ । ଚଢାଉରେ ଭୟରେ ରିଓ ଥର୍ଟନ ରଚିଥିଲା ଏକ ପ୍ଲାନ । ଜର୍ଜିଆ ଜଙ୍ଗଲରେ ଫିଙ୍ଗିଦେଇଥିଲା ଲକ୍ଷାଧିକ କେଜିର କୋକେନ । ଯାହାର ମୂଲ୍ୟ ୧୬୫ କୋଟି । ନିଜେ ମଧ୍ୟ ପାରାସୁଟ୍ ଯୋଗେଁ ଡେଇଁ ପଡିଥିଲା । କିନ୍ତୁ ଫ୍ଲାଇଟର ଉଚ୍ଚତା ଅଧିକ ଥିବାରୁ ହାର୍ଟଚୋକରେ ମୃତ୍ୟୁ ବରଣ କରିଥିଲା ଡ୍ରଗ୍ସ ମାଫିଆ ରିଓ ଥର୍ଟନ ।
କିନ୍ତୁ ଜର୍ଜିଆର ଘଞ୍ଚ ଜଙ୍ଗଲରେ ପଡିଥିଲା ହଜାର ହଜାର କେଜିର କୋକେନ ପ୍ୟାକେଟ । ଖବର ପାଇ ପୋଲିସ ପହଁଚି ଯାହା ଦେଖେ, ଆଶ୍ଚର୍ଯ୍ୟ ହୋଇପଡ଼େ । ପୋଲିସ ଆସିବା ଆଗରୁ ଭାଲୁ ଆସି କୋକେନ ଖାଇବାରେ ଲାଗିଛି । ଏମିତିକି ଭାଲୁଟି ହିଂସ୍ର ହୋଇ ପଡିଛି । ପରବର୍ତ୍ତୀ ସମୟରେ ଓଭରଡୋଜ ନିଶା ଯୋଗୁଁ ଭାଲୁର ମୃତ୍ୟୁ ଘଟିଥିଲା । କିନ୍ତୁ ଜଙ୍ଗଲରେ ପଡିଥିବା ୧୬୫ କୋଟି ଟଙ୍କାର କୋକେନକୁ ଖାଇଦେଇଥିଲା । ଆଉ ଯାହାକୁ ନେଇ ଆସିଛି ଫିଲ୍ମ କୋକେନ ବିୟର ।
କେବଳ ଏତିକି ନୁଏଁ ୧୯ଶହ ଶତାଦ୍ଦୀରେ ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ଯେଉଁଠି ହାତୀ ନିଶାରେ ହିଂସ୍ର ହୋଇଯାଇଥିଲେ । ଆଫ୍ରିକା ଜଙ୍ଗଲରେ ବାସ କରୁଥିବା ଜୁଲ ଜନଜାତି ଦେଖିବାକୁ ପାଇଥିଲେ ତାଙ୍କ ପାଳିତ ହାତୀ ମାନେ ହିଂସ୍ର ହୋଇ ଉତ୍ପାତ ମଚାଉଥିଲେ । ଆକ୍ରମଣ କରୁଥିଲେ । ଏହାର କାରଣ ଖୋଜି ସେମାନେ ଜାଣିପାକୁ ପାଇଥିଲେ । ହାତୀମାନେ ଜଙ୍ଗଲରେ ଏକ ନିଶା ଜାତୀୟ ଫଳକୁ ଖାଉଥିଲେ । ଯେବେ ସେହି ଫଳକୁ ହାତୀ ମାନେ ଖାଇବାକୁ ପାଉ ନଥିଲେ ସେବେ ସେମାନେ ହିଂସ୍ର ପାଲଟି ଯାଉଥିଲେ । ଆଉ ଶାନ୍ତ ହାତୀ ମାନେ ଆକ୍ରମଣ କରୁଥିଲ ।
ସେହିପରି ଆଫ୍ରିକାର ବରବେଡ ବା ନୀଳ ମାଙ୍କଡ ଯେତେବେଳେ ବେରବିୟନ ଆଇଲ୍ୟାଣ୍ଡରେ ପହଁଚିଥିଲେ । ସେମାନେ ଆଖୁ ରସ ପିଇବା ଆରମ୍ଭ କରିଦେଲେ । ଯାହା ଫଳରେ ସେମାନେ ଏକ ପ୍ରକାର ନିଶାଗ୍ରସ୍ତ ହୋଇପଡିଥିଲେ । ଏକ ଷ୍ଟଡି ରିଗପୋର୍ଟରୁ ଜଣା ପଡିଥିଲା କି, ଯଦି ଖାଲି ପାଣି ଏବଂ ନିଶା ମିଶାଯାଇଥିବା ପାଣି ରଖାଯାଏ । ତେବେ ୫ଟି ମାଙ୍କଡ ମଧ୍ୟରୁ ଗୋଟିଏ ମାଙ୍କଡ ନିଶା ମିଶା ପାଣିକୁ ସେବନ କରୁଥିବା ଦେଖିବାକୁ ମିଳିଥିଲା । କେବଳ ହାତୀ ବା ମାଙ୍କଡ ନୁହେଁ ପଶୁ-ପକ୍ଷୀ -କୀଟ ସମସ୍ତେ ନିଶା ସେବନ କରୁଥିବା ଜଣା ପଡିଛି ।
ଭାରତରେ ଦିନକୁ ୮ ଲକ୍ଷ ଲିଟର ମଦ ମୂଷା ପିଇ ଦେଉଥିବା ଅଭିଯୋଗ ହୋଇଥିଲା । ମଧ୍ୟପ୍ରଦେଶର ଏକ ସ୍ଥାନ ରହିଛି । ଯାହାର ନାମ ନଶେଡି ତତୋ । ଏଠାକାର କୃଷକ ଔଷଧ ପ୍ରସ୍ତୁତରେ ବ୍ୟବହାର ହେଉଥିବା ଅଫିମ ଚାଷ କରିଥାନ୍ତି । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ନେଇ । କିନ୍ତୁ ଉକ୍ତ ସ୍ଥାନରେ ମଣିଷକୁ ଠାରୁ ଅଧିକ ଅଫିମ ଖାଇଥାନ୍ତି ଶୁଆ । ଜଙ୍ଗଲରୁ ଉଡି ଆସି ପ୍ରତିଦିନ ଅଫିମ ଫଳକୁ ଥଣ୍ଟରେ ଟେକି ନେଇଯାଇଥାନ୍ତି । ଯେମିତିକି ଶୁଆଙ୍କୁ ପ୍ରତିଦିନ ଆବଶ୍ୟକ ପଡିଥାଏ ଅଫିମ ନିଶା ।