spot_img

Latest Posts

ମାଟ୍ରିକ୍‌ ଖାତା ଦେଖା ଆରମ୍ଭ… ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ

ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ରାଜ୍ୟର ୬୦ଟି କେନ୍ଦ୍ରରେ ଖାତାଦେଖା ହେଉଛି। କରୋନା ପାଇଁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ବାତିଲ ହେବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୂଲ୍ୟାୟନ। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତା ଦେଖା ହେବ।

ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଇତିହାସ ଓ ଭୂଗୋଳ ଖାତା ଦେଖା ହେଉଛି। ଅନ୍ୟ ବିଷୟଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟରେ ଖାତାଦେଖା ହେବ। ଏଥିପାଇଁ ପୂର୍ବରୁ ମୂଲ୍ୟାୟନ କେନ୍ଦ୍ର ସାନିଟାଇଜ କରାଯାଇଛି । ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ ନେଇ ମୂଲ୍ୟାୟନ ଆରମ୍ଭ ହେଉଛି । ତେବେ ଲକଡାଉନ ନିୟମ, ମାସ୍କ ବ୍ୟବହାର, ସାନିଟାଇଜରର ବନ୍ଦୋବୋସ୍ତ ଓ ସାମାଜିକ ଦୂରତା ରକ୍ଷା କରି ମୂଲ୍ୟାୟନ ହେବ।

ପୂର୍ବରୁ ମାର୍ଚ୍ଚ ୧୯ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ତେବେ ଲକ୍‌ଡାଉନ୍‌ ଯୋଗୁଁ ଏହା ସେହିଦିନଠାରୁ ସ୍ଥଗିତ ରଥିଲା । ଏହାପରେ ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଥିବାରୁ ତାହା ମଧ୍ୟ ସମ୍ଭବ ହୋଇନଥିଲା ।

Latest Posts

Don't Miss