ବନ୍ଦ ହୋଇଯିବ ପେଟ୍ରୋଲ-ଡିଜେଲ ଗାଡ଼ି, ୟୁରୋପୀୟ ଦେଶରେ ଖୁବଶୀଘ୍ର ଆସିବ ଆଇନ୍

ନୂଆଦିଲ୍ଲୀ: ୟୁରୋପୀୟ ଦେଶରେ ବନ୍ଦ ହୋଇଯିବ ପେଟ୍ରୋଲ ଡିଜେଲ ଗାଡ଼ି  । ଏନେଇ ଖୁବଶୀଘ୍ର ଆସିବ ଆଇନ୍ । ୟୁରୋପୀୟ ସଂସଦରେ ଏନେଇ ପ୍ରସ୍ତାବ ପାରିତ ହୋଇଥିବା ବେଳେ ୨୦୩୫ ସୁଦ୍ଧା ପେଟ୍ରୋଲ ଡିଜେଲ ଗାଡ଼ି ବନ୍ଦ ହୋଇଯିବ । ଏହା ବଦଳରେ ରାସ୍ତାରେ ଗଡ଼ିବ ବ୍ୟାଟେରି ଚାଳିତ ଗାଡ଼ି । ଇଲେକ୍ଟ୍ରିକ ଭେଇକିଲ୍ ପେଟ୍ରୋଲ ଡିଜେଲ ଗାଡ଼ିଠୁ କମ୍ ଦାମ ହୋଇଥିବା ବେଳେ ପରିବେଶ ପାଇଁ ଅନୁକୁଳ ।

ସାରା ବିଶ୍ବରେ ପରିବେଶ ଜନିତ ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ୟୁରୋପୀୟ ସଂସଦରେ ଏଭଳି ପ୍ରସ୍ତାବକୁ ଚାରିଆଡୁ ସ୍ବାଗତ କରାଯାଇଛି । ଏଥିସହ ବ୍ୟାଟେରି ଚାଳିତ ଗାଡ଼ି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ୨୦୩୬ ସୁଦ୍ଧା ପ୍ରତିବର୍ଷ ୧୦ ହଜାର ବ୍ୟାଟେରି ଚାଳିତ କାର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।