ଆତଙ୍କବାଦ ପ୍ରୋତ୍ସାହକଙ୍କୁ କଡ଼ା ଜବାବ ଦିଆଯିବ: ପ୍ରଧାନମନ୍ତ୍ରୀ

1 min read

ଆସନ୍ତାକାଲି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ୟୁରୋପିନ ୟୁନିୟନ୍‌ ସାଂସଦ । ଜମ୍ମୁକଶ୍ମୀରରେ ରାଜ୍ୟପାଳ ସତ୍‌ପାଲ ମଲ୍ଲିକ, ପ୍ରଶାସନିକ ଅଧକାରୀ ଓ ସ୍ଥାନୀୟ ଲୋକଙ୍କୁ ଭେଟିବେ ସାଂସଦମାନେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁରୋପିୟନ୍ ୟୁନିୟନ୍‌ର ସାଂସଦ ବିଏନ୍ ଡୁନ୍‌ । ତେବେ ସେମାନଙ୍କୁ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୩୭୦ ଉଚ୍ଛେଦ ସମ୍ପର୍କରେ ସମସ୍ତ ସୂଚନା ଦେଇଥିବା ସତ୍ତ୍ୱେ ସେମାନନେ ଗ୍ରାଉଣ୍ଡକୁ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ଚାହୁଁଥିବା କହିଛନ୍ତି । ସେଠାରେ ସବୁ କିଛି ଠିକ୍‌ ଥିବ ବୋଲି ମଧ୍ୟ ସେମାନେ ଆଶା ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ୟୁରୋପିୟନ୍ ୟୁନିୟନ୍‌ର ୨୮ ଜଣ ସାଂସଦ ଭାରତଗସ୍ତରେ ଆସିଛନ୍ତି । ସେମାନଙ୍କ ସହ ୭ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିଛନ୍ତି । ଏହି ଅବସରରେ ସାଂସଦମାନଙ୍କୁ ଆର୍ଟିକିଲ ୩୭୦ ଉଚ୍ଛେଦ ନେଇ ସମସ୍ତ ସୂଚନା ଦେବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ଦେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଥିବା କହିଛନ୍ତି । ଜମ୍ମୁ କଶ୍ମୀରରୁ ଆର୍ଟିକାଲ ୩୭୦ ଉଚ୍ଛେଦ ପ୍ରସଂଗକୁ ନେଇ ପାକିସ୍ତାନ, ଜାତିସଂଘ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲା । ୟୁରୋପିୟନ୍ ୟୁନିୟନ୍‌ରେ ମଧ୍ୟ ଏହି ପ୍ରସଂଗ ଉଠାଇଥିଲା ପାକିସ୍ତାନ । ଏବେ ବାସ୍ତବିକତା ଜାଣିବେ ଏସବୁ ସାଂସଦ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.