ୟୁରୋପୀୟ ଦେଶରେ ଭାରତୀୟ ଟିକାକୁ ମିଳିଲା ମଞ୍ଜୁରୀ

1 min read
Indian Genome Scientists Recommended Covid Vaccine Booster Dose For Those Above 40 Years

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତି ଟିକାକୁ ୟୁରୋପୀୟ ଦେଶରେ ମିଳିଲା ମଞ୍ଜୁରୀ । ୟୁରୋପିଆନ ୟୁନିୟନର ୭ଟି ଦେଶ ସମେତ ସୁଇଜରଲ୍ୟାଣ୍ଡରେ ବି କୋଭିସିଲଡ ଟିକାକୁ ଡିଜିଟାଲ ସାର୍ଟିଫିକେଟ ପାଇଁ ମଞ୍ଜୁରୀ ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରିଥିବା ଟିକା କୋଭିସିଲଡକୁ ଗ୍ରୀନ୍ ପାସପୋର୍ଟରେ ସାମିଲ କରାଯିବ ।

୭ ୟୁରୋପୀୟ ଦେଶ ଅଷ୍ଟ୍ରିଆ, ଜର୍ମାନୀ, ସୋଲଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଓ ସ୍ପେନ ଏବଂ ସୁଇଜରଲ୍ୟାଣ୍ଡରେ କୋଭିସିଲଡକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ୟୁରୋପୀୟ ଦେଶ ଗୁଡ଼ିକରେ ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଇଥିଲା ୟୁରୋପିଆନ ମେଡିସିନ ଏଜେନ୍ସି ।

ହେଲେ ଆଷ୍ଟ୍ରାଜେନିକା ଟିକା ଭାରତରେ କୋଭିସିଲଡ ନାମରେ ବିକ୍ରି ହେଉଥିଲେ ବି ଏହି ଟିକାକୁ ଅନୁମତି ଦିଆଯାଇ ନଥିଲା। ତେବେ ଭାରତୀୟ ଟିକାକୁ ଗ୍ରହଣ କରା ନଯିବା ନେଇ ୟୁରୋପୀୟ ରାଷ୍ଟ୍ରସଂଘକୁ ଧମକ ଦେଇଥିଲା ଭାରତ । କୋଭିସିଲ୍ଡ ଓ କୋଭାକ୍ସିନକୁ ଗ୍ରହଣ ନକଲେ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏହାପରେ ଭାରତୀୟ ଟିକା କୋଭିସିଲଡକୁ ଗ୍ରୀନ ପାସପୋର୍ଟରେ ସାମିଲ କରିବାକୁ ୟୁରୋପୀୟ ମହାସଙ୍ଘ ନିଷ୍ପତ୍ତି ନେଇଛି ।

Leave a Reply