spot_img

Latest Posts

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ୧୦୮୦ କୋଟି ଟଙ୍କାର ଜରିମାନା

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ୧୦୮୦ କୋଟି ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ ଉପରେ ୧୦୮୦ କୋଟି ଟଙ୍କାର ଜରିମାନା । ୟୁରୋପିୟ ସଂଘ ଏକ୍ସ ଉପରେ ୧୨୦ ମିଳିୟନ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୧୦୮୦ କୋଟି ଟଙ୍କାର ଜରିମାନା ଲଗାଇଛି । ଇୟୁର ଡିଜିଟାଲ ସର୍ଭିସେସ ଆକ୍ଟ (ଡିଏସଏ) ନିୟମ ଭଙ୍ଗ ଅଭିଯୋଗରେ ଏହି ଜରିମାନା ଲାଗିଛି । ୟୁରୋପୀୟ ଆୟୋଗ ଅନୁସାରେ ଏକ୍ସ ପାରଦର୍ଶିତା ଓ ୟୁଜର୍ସ ସୁରକ୍ଷା ସହ ଜଡ଼ିତ ତିନୋଟି ନିୟମ ଉଲ୍ଲଂଘନ କରିଛି । ଯାହାଦ୍ବାରା ୟୁଜର୍ସ ବ୍ଲ୍ୟୁ ଟିକ୍ ମାର୍କ ଓ ବିଜ୍ଞାପନ ଡାଟାବେସକୁ ନେଇ z୍ରମିତ ହୋଇପାରନ୍ତି ।

କଠୋର କାର୍ଯ୍ୟାନୁଷ୍ଠାନ

ୟୁଇ ପକ୍ଷରୁ କୁହାଯାଇଛି ଏକ୍ସ ଡିଏସଏ ଦ୍ବାରା ନିର୍ଦ୍ଧାରିତ ପାରଦର୍ଶିତା ମାନକକୁ ପାଳନ କରିନାହିଁ । ଏହି ଆଇନ ୟୁଜର୍ସଙ୍କ ସୁରକ୍ଷା ଓ ଭୁଲ କଣ୍ଟେଣ୍ଟ କିମ୍ବା ସ୍କାମରୁ ସୁରକ୍ଷା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ସୁନିଶ୍ଚିତ କରିବାକୁ କହିଥାଏ । ଆୟୋଗ ଏହା ବି ସ୍ପଷ୍ଟ କରିଛି ଯେ, ନିୟମ ଭଙ୍ଗକାରୀଙ୍କ ବିରୋଧରେ ଅଧିକ ଜରିମାନା ଲଗାଯାଇପାରେ ।

ବ୍ଲ୍ୟୁ-ଟିକ୍ ଡିଜାଇନ୍

ଇୟୁ ଅନୁସାରେ ଏକ୍ସର ବ୍ଲ୍ୟୁ ଚେକମାର୍କ ଏମିତି ଭାବେ ଡିଜାଇନ କରାଯାଇଛି ଯେ, ଏହା ୟୁଜର୍ସଙ୍କୁ ଭ୍ରମିତ କରିପାରେ । ଏହାଦ୍ବାରା ସ୍କାମ୍, ନକଲି ଖାତା ଓ ମେନିପୁଲେଶନର ଆଶଙ୍କା ବଢ଼ିଯାଇଥାଏ । ଆୟୋଗ ଏହାକୁ ଡିଜାଇନରେ ଠକେଇ ଓ ଏହା ଇୟୁର ଅନଲାଇନ୍ ସୁରକ୍ଷା ମାନକ ବିରୋଧୀ ବୋଲି କହିଛି ।

ବିଜ୍ଞାପନ ଡାଟାବେଶରେ ପାରଦର୍ଶିତା କମ

ଇୟୁ ନିୟମ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମଙ୍କୁ ନିଜର ସମସ୍ତ ବିଜ୍ଞାପନ ଡାଟାବେସ ଉପଲବ୍ଧ କରାଇବା ଜରୁରୀ । ଯେଉଁଥିରେ ବିଜ୍ଞାପନ କିଏ ଦେଇଛି, ଟାର୍ଗେଟ ଅଡିଆନ୍ସ କିଏ ଓ ଏହାର ଉଦ୍ଦେଶ୍ୟ କ’ଣ ସ୍ପଷ୍ଟ ରହିବା ଜରୁରୀ । ହେଲେ ଡାଟାବେସ ଆକ୍ସେସ କରିବାରେ ଡେରି ହେଉଥିବା ଓ ଏହା ଅଧା ଥିବା ଆୟୋଗ ଜାଣିବାକୁ ପାଇଥିଲା । ଏମିତି ଡିଜାଇନ ଫଚର୍ସରୁ ଅଧିକାରୀଙ୍କୁ ନକଲି ବିଜ୍ଞାପନ ଓ ପ୍ରୋପଗେଣ୍ଡା ଚିହ୍ନଟ କରିବା କଷ୍ଟକର ହୋଇଥାଏ ।

ଡାଟା ଆକ୍ସେସରେ ସମସ୍ୟା

ଯଞ୍ଚରୁ ଏହା ମଧ୍ୟ ଜଣାପଡ଼ିଥିଲା ରିସର୍ଚର୍ସଙ୍କୁ ଡାଟା ଆକ୍ସେସ କରିବାରେ ଏକ୍ସ ଅନାବଶ୍ୟକ ବାଧା ସୃଷ୍ଟି କରୁଛି । ଏହା ସର୍ବସାଧାରଣ ହିତ ଓ ପାରଦର୍ଶିତାର ବିରୋଧ ବୋଲି ଇୟୁ କହିଛି । ଇୟୁ କାର୍ଯ୍ୟକାରୀ ଉପାଧ୍ୟକ୍ଷ ବୟାନ ଜାରି କରି କହିଛନ୍ତି, ଠକେଇ, ବିଜ୍ଞାପନ ଛାପିବା ଓ ରିସର୍ଚ୍ଚରେ ବାଧା ସୃଷ୍ଟି କରିବା ୟୁରୋପୀୟ ଡିଜିଟାଲ ଆଇନରେ ସ୍ବୀକାର କରାଯିବନାହିଁ ।

Latest Posts

Don't Miss