୧୧ ବର୍ଷରେ ୧୧ ବିଶ୍ୱକପ, ପୁରଣ ହୋଇଥିଲା ସଚିନଙ୍କ ସ୍ୱପ୍ନ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୨ ।  କ୍ରୀଡ଼ା ଓ କ୍ରିକେଟ ଇତିହାସ ପାଇଁ ଏକ ଐତିହାସିକ ଦିନ । ପୁରଣ ହୋଇଥିଲା ସଚିନଙ୍କ ସ୍ୱପ୍ନ   । ଦ୍ୱିତୀୟ ବିଶ୍ୱକପ ହାସଲ କରିଥିଲା ଇଣ୍ଡିଆ  । ନିଜ ମାଟିରେ ବିଜୟ ଶିରପା ପିନ୍ଧିଥିଲା ଭାରତ  । ଏହି ସ୍ୱର୍ଣ୍ଣୀ ଦିନକୁ ପୁରିଛି  ୧୧ ବର୍ଷ  ।

କରିବାର  ୨୮ ବର୍ଷ ତଳେ ଭାରତ ହାତେଇଥିଲା ପ୍ରଥମ ବିଶ୍ୱକପ ଟ୍ରଫି  । ଅର୍ଥାତ ୧୯୮୩ ମସିହାରେ ବିଶ୍ୱକପ ପାଇଥିବା ଭାରତ  ୨୦୧୧ରେ ହାସଲ କରିଥିଲା ଦ୍ୱିତୀୟ ୱାର୍ଲକପ୍ । ଏପ୍ରିଲ ୨ରେ   ଆଜିର ଦିନରେ ଭାରତ ଇତିହାସର ପୁନରାବୃତ୍ତି କରିଥିଲା ।​ ଏହି ବିଜୟକୁ ଆଜି ୧୧ ବର୍ଷ ପୂରିଛି। ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ବିଜୟ ହାସଲ କରିଥିବା ଭାରତ ୨୦୧୧ରେ ଶ୍ରୀଲଙ୍କାକୁ ପରାସ୍ତ କରି ହାସଲ କରିଥିଲା ଟ୍ରଫି  ।

ଟିମ୍ ଇଣ୍ଡିଆ ଭାଙ୍ଗିଲା ରେକର୍ଡ଼

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା ୨୦୧୧  ବିଶ୍ୱକପ ଫାଇନାଲ୍ । ଯେଉଁଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଅନେକ ରେକର୍ଡ଼ ଭାଙ୍ଗିବାରେ ସଫଳ ହୋଇଛି। ସେପଟେ ବିଶ୍ୱକପ ଜିତିବାରେ ପ୍ରଥମ ଆୟୋଜକ ଦଳର ରେକର୍ଡ ତିଆରି କଲା ଭାରତ । ଏହାପୂର୍ବରୁ କୌଣସି ଦଳ ନିଜ ମାଟିରେ ବିଶ୍ୱକପ ଜିତି ନଥିଲେ। ଟାର୍ଗେଟକୁ ପିଛା କରି ୱାର୍ଲ୍ଡକପ ହାତେଇବାରେ ଭାରତ ତୃତୀୟ ଦଳ ଭାବେ ଆବିର୍ଭାବ ହୋଇଥିଲା । ଏହି ହାଇଭୋଲଟେଜ ମ୍ୟାଚରେ ଲଗାତାର ଦ୍ୱିତୀୟଥର ପାଇଁ ଖେଳୁଥିବା ଶ୍ରାଲଙ୍କାଙ୍କୁ ଭାରତ ୧୦ଟି ବଲ ବାକି ଥାଇ ୬ ୱିକେଟରେ ବିଜୟ ହାସଲ କରିଥିଲା  ।

ଫାଇନାଲ ମ୍ୟାଚରେ ଯିଏ ଶତକ ମାରୁଥିଲା ସେ ଟ୍ରଫି ନେଉଥିଲା  । କିନ୍ତୁ ଏଥର ଓଲଟପାଲଟ ହୋଇପଡ଼ିଥିଲା ଗଣିତ  । ଟିପର ପ୍ଲେୟାର ହ୍ୟାଟ୍ରିକ ମାରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଥିଲେ  । ଶ୍ରୀଲଙ୍କାର ଧୁଆଁଧାର ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନେଙ୍କ ଏକାକୀ ୧୦୩ ରନ୍ ହାସଲ କରିଥିଲେ  । କିନ୍ତୁ ମ୍ୟାଚରେ ବିଫଳ ହୋଇଥିଲା ଶ୍ରୀଲଙ୍କା  ।
ଶ୍ରୀଲଙ୍କା ଭାରତ ଆଗରେ ରଖିଥିଲା ୨୭୫ ରନର ବିଜୟ ଲକ୍ଷ । ଏହାକୁ ପୂରା କରିବାବେଳେ ଭାରତକୁ ପ୍ରଥମେ ଝଟକା ଲାଗିଥିଲା, ଯେତେବେଳେ ମାତ୍ର ୩୧ ରନରେ ୨ଟି ୱିକେଟ୍ ହାସଲ କରିଥିଲା ଶ୍ରୀଲଙ୍କା  ।

କ୍ରିଜରେ ଥିଲେ ଓପନର୍ ଗୌତମ ଗମ୍ଭୀର ଏବଂ ତାଙ୍କୁ ସାଥ ଦେବାକୁ ଆସିଥିାନ୍ତେ ଯୁବରାଜ ସିଂ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଯୁବରାଜଙ୍କ ପୂର୍ବରୁ କ୍ରିଜକୁ ଆସିଥିଲେ ଅଧିନାୟକ ଧୋନି। ଏକ ଧମାକେଦାର୍ ଇନିଂସ ଖେଳି ଭାରତକୁ ବିଶ୍ୱବିଜେତା କରିଥିଲେ ଧୋନି, ଆଉ ଶେଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବି ହେଲେ। ଧୋନି ୭୯ ବଲରେ ୮ଟି ଛୌକା ଓ ୨ଟି ଛକା ସହ ୯୧ ରନର ସ୍କୋର କରିଥିଲେ । ଏବଂ ‘ଶ୍ରେଷ୍ଠ ଫିନିଶର’ର ଭାବେ ଏକ ଚମତ୍କାର ବିଜୟୀ ଛକା ମାରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ଭାରତୀୟ କ୍ରିକେଟ୍ ଦଳ ୨୮ ବର୍ଷ ପରେ ODI ବିଶ୍ୱକପ୍ ବିଜେତା ହୋଇଥିଲା … ଏବଂ ସାରା ଷ୍ଟାଡିୟମ ଉତ୍ସବମୁଖର ହୋଇପଡ଼ିଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ପୂରଣ ହୋଇଯାଇଥିଲା। ବିଜୟ ଓ ଆନନ୍ଦର ମୂହୂର୍ତ୍ତରେ କିମ୍ୱଦନ୍ତୀ କ୍ରିକେଟରଙ୍କୁ କାନ୍ଧରେ ବସାଇ ସମଗ୍ର ଷ୍ଟାଡିୟମ  ବୁଲାଇଥିଲେ ସାଥି ଖେଳାଳୀ । ୧୧ ବର୍ଷ ତଳର ଏହି ଦୃଶ୍ୟ ଆଜି ବି ବିଜୟର ଉଲ୍ଲାସ ଆଣିଦିଏ  । କ୍ରିକେଟପ୍ରେମୀଙ୍କୁ ଭାବବିହ୍ୱଳ କରିପକାଏ  ।

ନଜର ପକାନ୍ତୁ