ରକ୍ତମୁଖା ସାଜୁଛି ଇସ୍ରାଏଲ, ଗାଜାରେ ଜୋରଦାର ଅପରେସନ

ବ୍ୟୁରୋ ରିପୋର୍ଟ: ବେଳକୁ ବେଳ ରକ୍ତମୁଖା ସାଜୁଛି ଇସ୍ରାଏଲ । ଗାଜାରେ  ଜୋରଦାର ଅପରେସନ । ହମାସର ୬ଶହରୁ ଅଧିକ ସ୍ଥଳୀ ଉପରେ ହମଲା । ଇସ୍ରାଏଲ ଆକ୍ରମଣରେ ୪ ଜଣ ତୁଙ୍ଗ ହମାସ କମାଣ୍ଡର ପ୍ରାଣ ହରାଇଛନ୍ତି । ସେମାନେ ହେଲେ ଜମିଲ ବାବା, ମହମ୍ମଦ ସଫାଦି, ମୁବାମନ ହିଜାଜି ଓ ମହମ୍ମଦ ଅବଦଲ୍ଲା । ବିଶେଷ କରି ଇସ୍ରାଏଲ ବାହିନୀ ହାତରେ ଥିବା ମରକାବା ଟ୍ୟାଙ୍କ ସାରା ଗାଜାକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗାଜାର ଉଭୟପଟୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପୂର୍ବ ଓ ପଶ୍ଚିମ ଦିଗରୁ ଷଣ୍ଢୁଆସୀ ଆକ୍ରମଣ କରିବାର ଲାଗିଛି । ଗାଜାରେ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  ଇସ୍ରାଏଲ ସୈନ୍ୟ ଗାଜାର ମୁଖ୍ୟ ସହରରେ ପ୍ରବେଶ କରିଛନ୍ତି । ଆଇଡିଏଫର ସୂଚନା ଅନୁସାରେ ସାରା ଗାଜାରେ ଗ୍ରାଉଣ୍ଡ ଅପରେସନ କରାଯିବ । ଗାଜାରେ ୪୦ ପ୍ରତିଶତ କୋଠା ମାଟିରେ ମିଶିଥିବାବେଳେ ସେଠାରେ ପାଣି, ବିଦ୍ୟୁତ, ମେଡିସିନ, ଖାଦ୍ୟ ବିନା ହାହାକାର ସୃଷ୍ଟି ହୋଇଛି ।