୨୧ ହଜାରରୁ କମ ଦରମା ପାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାରକୁ ୪୧ ଲକ୍ଷ ଇଣ୍ଡଷ୍ଟ୍ରିଆଲ କର୍ମଚାରୀଙ୍କ ପାଇଁ ଇଏସଆଇସି ସ୍କିମ ଜରିଆରେ ଲାଭ ଦେବା ପାଇଁ ପ୍ରସ୍ତାବ ଜାରି କରିଛନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଏହି ସ୍କିମ ୨୪ ମାର୍ଚ୍ଚରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ । ସରକାରଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଇଏସଆଇସି ବୋର୍ଡ । ଯାହାର ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ଇଏସଆଇସିର ଗଣନା ଅନୁସାରେ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ପ୍ରାୟ ୪୧ ଲକ୍ଷ ବ୍ୟକ୍ତି ଲାଭକୃତ ହୋଇ ପାରନ୍ତି । କହିରଖୁଛୁ ଇଏସଆଇସି ଏକ ସୋସିଆଲ ସିକ୍ୟୁରିଟି ସଂସ୍ଥା ଯାହା ଶ୍ରମ ମନ୍ତ୍ରାଳୟ ଅଧୀନରେ । ତେବେ ଏହା ଅଧୀନରେ ଆସୁଥିବା ଯୋଗ୍ୟ ପ୍ରାର୍ଥୀଙ୍କକୁ ତାଙ୍କ ଦରମାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ପାଇବାର ସହାୟତା ମିଳିବ । ଏହା ସହିତ ଯଦି ଏହାର ନିୟମରେ ସାମାନ୍ୟ କୋହଳ ଦେଖିବାକୁ ମିଳେ ତେବେ ୭୫ ଲକ୍ଷ ଲୋକ ସିଧା ସଳଖ ଲାଭକୃତ ହୋଇ ପାରନ୍ତି । ପ୍ରତି ମାସରେ ୨୧ ହଜାର ବା ତା ଠାରୁ କମ ଦରମା ପାଉଥିବା ବ୍ୟକ୍ତି ଏହାର ଅନ୍ତର୍ଗତ । ବୋର୍ଡ଼ର ନିଷ୍ପତ୍ତି ଅନୁସାରେ ଏହି କ୍ଲେମକୁ ସିଧାସଳଖ ଇଏସଆଇ କାର‌୍ୟ୍ୟାଳୟରେ ଜମା କରାଯାଇ ପାରିବ । ଯାହାପରେ କର୍ମଚାରୀଙ୍କ ଖାତାକୁ ସିଧାସଳଖ ଟଙ୍କା ଜମା କରିଦିଆଯିବ ।


ଚାକିରି ଯିବାର ୩୦ ଦିନ ପରେ ଏହି ଟଙ୍କା ପାଇଁ କ୍ଲେମ କରାଯାଇ ପାରିବ । ପ୍ରଥମେ ଏହି ବାଧ୍ୟତା ଯଦିଓ ୯୦ ଦିନ ପାଇଁ ଥିଲା, କିନ୍ତୁ ଏହି ନିୟମ ଲାଗୁ ହେବା ପରେ କର୍ମଚାରୀ ଏକ ମାସ ପରେ କ୍ଲେମ କରି ପାରିବେ ଏବଂ ଏହା ଡିସେମ୍ବର ପର‌୍ୟ୍ୟନ୍ତ ରହିବ । ଏଥିପାଇଁ କର୍ମଚାରୀଙ୍କ ୧୨ ଡିଜିଟ ଆଧାର ନମ୍ବର ବ୍ୟବହାର କରାଯିବ । ଏହା ’ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ଦ୍ୱାରା କରାଯିବ । କେନ୍ଦ୍ର ସରକାର ୨୦୧୮ରେ ଏହି ସ୍କିମ ଆରମ୍ଭ କରିଥିଲେ । ଯେଉଁଥିରେ ୨୫ ପ୍ରତିଶତ ବେରୋଜଗାରଙ୍କୁ ଲାଭ ଦେବା ପାଇଁ ପ୍ରସ୍ତାବ ଥିଲା

Leave a Reply