କାଷ୍ଟିଂ କାଉଚ୍‌ ଅଭିଜ୍ଞତା: ଈଶା କହିଲେ ‘ନିର୍ଦ୍ଦେଶକ ମୋ ସହିତ ଶୋଇବାକୁ ଚାହୁଁଥିଲେ’

ମୁମ୍ବାଇ: କେବେ ମଧ୍ୟ ସତ କହିବାକୁ ଡରନ୍ତି ନାହିଁ ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା । ନିଜର କଡ଼ା ଜବାବ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କୌଣସି କଥାରେ ଟ୍ରୋଲ ହେଲେ ତାଙ୍କୁ କୌଣସି ଫରକ୍‌ ପଡ଼େନାହିଁ । ଟ୍ରୋଲର୍ସଙ୍କ ମୁହଁ କିଭଳି ବନ୍ଦ କରାଯିବ ଈଶାଙ୍କୁ ବେଶ୍‌ଭଲ ଭାବରେ ଜଣା । ଅବଶ୍ୟ ଏବେ ଈଶା କୌଣସି ଟ୍ରୋଲିଂକୁ ନେଇ ଚର୍ଚ୍ଚାରେ ନାହାଁନ୍ତି । ବରଂ ଚର୍ଚ୍ଚାକୁ ଆସିଛନ୍ତି କାଷ୍ଟିଂ କାଉଚ ଅଭିଜ୍ଞତାକୁ ନେଇ । ତେବେ ଥରେ ନୁହେଁ ବରଂ ଈଶା ଦୁଇ ଦୁଇ ଥର ସେହିଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଈଶା ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଉଭୟଙ୍କ ବିଷୟରେ କହିଛନ୍ତି ।


ଖାଲି ସେତିକି ନୁହେଁ ଈଶା ଆଉ ଏକ କଥାର ମଧ୍ୟ ଖୁଲାସା କରିଛନ୍ତି । ଆଉଟଡୋର ସୁଟିଂରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରବେଶ କରିବାକୁ ଚାହୁଁଥିଲେ ଜଣେ ନିର୍ଦ୍ଦେଶକ । ଯାହା ତାଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଥିଲା । ଘଟଣା ଏଭଳି ମୋଡ଼ ନେଲାଯେ, ଈଶା ବାଧ୍ୟ ହୋଇଥିଲେ ମେକଅପ୍‌ଆର୍ଟିଷ୍ଟଙ୍କ ସହିତ ରୁମ୍‌ଶେୟାର କରିବା ପାଇଁ । ଯାହା ସୁଟିଂ ସମୟରେ ଦୀର୍ଘଦିନ ଧରି ଚାଲିଥିଲା । ତେବେ ନିର୍ଦ୍ଦେଶକଙ୍କର ତାଙ୍କ ପ୍ରତି କୁତ୍ସିତ ମନୋଭାବ ଥିଲା ବୋଲି କହିଛନ୍ତି ଈଶା ।


ସାକ୍ଷାତକାରରେ ଈଶା କହିଛନ୍ତିଯେ, ଏସବୁକୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଲଜ୍ଜା ଅନୁଭବ କରିବା ମଧ୍ୟ ଆବଶ୍ୟକ ନାହିଁ । ସେମାନେ ଭାବନ୍ତି ଆମକୁ କାମ ଦରକାର, ସେଥିପାଇଁ ମନମୁଖୀ ଶାସନ କରିବାକୁ ଚାହାଁନ୍ତି । କିନ୍ତୁ ଏହି ସମାନ ଘଟଣା ଇଣ୍ଡଷ୍ଟ୍ରିର ଷ୍ଟାରକିଡସଙ୍କ ସହିତ ହୋଇନଥାଏ । କାରଣ ସେମାନେ ଭଲ ଭାବରେ ଜାଣନ୍ତି ପରିଣାମ କେତେ ଖରାପ ହୋଇପାରେ । କିନ୍ତୁ ଆମେ ବାହାରର ହୋଇଥିବାରୁ ଆମ ସହିତ ଏଭଳି ବ୍ୟବହାର କରାଯାଏ ।

Leave a Reply