ଟ୍ରେନରୁ ପଡିଲେ , ଅଳ୍ପକେ ବର୍ତ୍ତିଲେ

1 min read

ମୃତ୍ୟୁକୁ ଆଖି ସାମ୍ନାରେ ଦେଖିଛି ସେ । ମାତ୍ର ଗୋଟିଏ ସେକେଣ୍ଡରେ ଚାଲିଯାଇଥାନ୍ତା ଜୀବନ । କିନ୍ତୁ ମୃତ୍ୟୁକୁ ଜିଣିଛି । ଝାରସୁଗୁଡା ରେଳଷ୍ଟେସନର ଏହି ଦୃଶ୍ୟ ଆପଣଙ୍କ ଦେହ ଥରାଇଦେବ । ସିସିଟିଭିରେ କଏଦ ହୋଇଛି ଏହି ଚିତ୍ର ।

Jharsuguda station
escape from jharsuguda station

ଝାରସଗୁଡା ରେଳ ଷ୍ଟେସେନରେ ଚଳନ୍ତା  ଟ୍ରେନରୁ ଗଳିପଡିଲେ ବ୍ୟବସାୟୀ । ଚଳନ୍ତା ଏକ୍ସପ୍ରେସ ଟ୍ରେନର ଗୋଟିଏ ବଗିରୁ ବାହାରି ଅନ୍ୟ ବଗିକୁ ଚଢିବାକୁ ଚେଷ୍ଟା କରୁଥିଲେ ବ୍ୟବସାୟୀ ଜଣକ । କିନ୍ତୁ ଭାରସମ୍ୟ ହରାଇ ତଳେ ପଡିଗଲେ । ହାତରୁ ଗଳିପଡିଲା ବିକ୍ରି ସାମଗ୍ରୀ । କିନ୍ତୁ ନିଜକୁ ବଞ୍ଚାଇଲେ । ପ୍ଲାଟଫର୍ମରେ ଛିଡା ହୋଇଥିବା ଅନ୍ୟ ଯାତ୍ରୀ ଏହି ଦୁର୍ଘଟଣା ଦେଖି ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ।

Jharsuguda station
Escape from railway station: caught on cctv

ଟ୍ରେନରେ ବୁଲି ବୁଲି ଖାଦ୍ୟ ସାମଗ୍ରୀ ବିକ୍ରି କରନ୍ତି ଏହି ବ୍ୟବସାୟୀ । ମୁଣ୍ଡରେ ଖାଦ୍ୟ ସାମଗ୍ରୀ ମୁଣ୍ଡାଇ ରେଳ ଷ୍ଟେସନ ଓ ଟ୍ରେନ ଭିତରେ ବିକ୍ରି କରନ୍ତି । ଅନ୍ୟଦିନ ଭଳି ଗତକାଲିବି ଭଲ ଦି ପଇସା ରୋଜଗାର କରିବାକୁ ଚିନ୍ତା କରିଥିଲେ ବ୍ୟବସାୟୀ । କିନ୍ତୁ ନିଜର ଅବହେଳା ଯୋଗୁଁ ଜୀବନ ହରାଇବାକୁ ପଡିଥାନ୍ତା ।

  ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.