ସୂର୍ଯ୍ୟର ଅତି ନିକଟତର ଚିତ୍ର ଜାରି କଲା ୟୁରୋପୀୟ ସ୍ପେସ୍ ଏଜେନ୍ସି
1 min readନୂଆଦିଲ୍ଲୀ: ଆସିଲା ସୂର୍ଯ୍ୟର ଅତି ନିକଟତର ଫଟୋ । ଯାହାକୁ ୟୁରୋପୀୟ ସ୍ପେସ୍ ଏଜେନ୍ସି ଜାରି କରିଛି । ଆପଣ ଦେଖୁଥିବା ଉପରୋକ୍ତ ଚିତ୍ରଟି, ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ସୋଲାର ଅର୍ବିଟର୍ ସୂର୍ଯ୍ୟର ଅତି ନିକଟରୁ ଉଠାଇଛି । ଅର୍ବିଟାର ୭ ମାର୍ଚ୍ଚ ୨୦୨୨ରେ ଏହି ଚିତ୍ରକୁ ଉତ୍ତଳନ କରିଛି । ଏହା ସୂର୍ଯ୍ୟର ଅତି ସୁନ୍ଦର ଚିତ୍ର ଯାହା ପୂର୍ବରୁ କେବେ ଦେଖାଯାଇନାହିଁ ।
ୟୁରୋପୀୟ ସ୍ପେସ୍ ଏଜେନ୍ସିର (ESA) ସୋଲାର ଅର୍ବିଟରରେ ଲଗାଯାଇଥିବା ଶକ୍ତିଶାଳୀ ଏକ୍ସଟ୍ରିମ ଅଲଟରବାୟଲେଟ ଇମେଜ(EUI)ର , ଯାହା ଗୋଟିଏ ଚମତ୍କାର କ୍ୟାମେରା । ଏହା ସୂର୍ଯ୍ୟଙ୍କର ଏକ ସମ୍ପୂର୍ଣ୍ଣ ପ୍ରତିଛବି ନେଇଥିଲା, ଅର୍ଥାତ୍ ସମ୍ପୂର୍ଣ୍ଣ ଗୋଲାକାର ଚିତ୍ର । ଯେଉଁଥିରେ ଆପଣ ବାହ୍ୟ ବାୟୁମଣ୍ଡଳକୁ ସ୍ପଷ୍ଟ ଭାବେ ଦେଖିପାରିବେ ।
The hi-res version of this image contains more than 83 million pixels in a 9148 x 9112 pixel grid. That's a resolution about ten times better than what a 4K TV screen can display ? Zoom in and #ExploreFarther ?https://t.co/Zfl9P9SZ79 pic.twitter.com/ZAJOVESGGJ
— ESA Science (@esascience) March 24, 2022
୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହିପରି ଚିତ୍ର ନିଆଯାଇଛି, ଅନ୍ୟ ଏକ ଚିତ୍ର ମଧ୍ୟ ଏହି କୋଣରୁ ନିଆଯାଇଛି । ସ୍ପେକ୍ଟ୍ରାଲ୍ ଇମେଜିଙ୍ଗ୍ ଅଫ୍ କରୋନଲ୍ ଏନଭରମେଣ୍ଟ (SPICE) ନାମକ ପେଲୋଡ୍ ଦ୍ୱାରା ଏହା ନିଆଯାଇଥିଲା ଯାହା ସୋଲାର ଅର୍ବିଟର୍ ଉପରେ ରହିଛି । ଏହି ଫଟୋ ୫୦ ବର୍ଷର ପ୍ରଥମ ଫଟୋ ଯାହା ସୂର୍ଯ୍ୟର ଏତେ ନିକଟତରୁ ନିଆଯାଇଛି । ଏହି ଚିତ୍ର ବିଷୟରେ ବିଶେଷ କଥା ହେଉଛି ଏହା ସୂର୍ଯ୍ୟଙ୍କ ହାଇଡ୍ରୋଜେନ ଗ୍ୟାସରୁ ନିର୍ଗତ ଅଲଟ୍ରା-ବାୟଲେଟ ଆଲୋକର ଲିମ୍ୟାନ-ବିଟା ୱେବଲେନ୍ଥକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରିବ ।
୭.୫୦କୋଟି କିଲୋମିଟର ଦୂରରୁ ଉଠାଯାଇଥିବା ହୋଇଥିବା ଫଟୋ
ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର ସୋଲାର ଅର୍ବିଟର୍ ୭.୫୦ କୋଟି କିଲୋମିଟର ଦୂରରୁ ସୂର୍ଯ୍ୟଙ୍କର ଏହି ଫଟୋ ଉଠାଇଛି । EUI ରୁ ନିଆଯାଇଥିବା ଏହି ଚିତ୍ର, ଯଦି ଆପଣ ଏହି ଫଟୋକୁ ଜୁମ୍ କରିବେ ।