spot_img

Latest Posts

NCERT ବହିରେ ସାଂଘାତିକ ତ୍ରୁଟି, ସପ୍ତମ ଶ୍ରେଣୀର ବହିରେ କବି ଜୟଦେବଙ୍କୁ ପଶ୍ଚିମବଙ୍ଗର ଉଲ୍ଲେଖ

ଭୁବନେଶ୍ୱର : NCERT ବହିରେ ପୁଣି ଭୁଲ ତଥ୍ୟ। ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କୁ ପଶ୍ଚିମବଙ୍ଗର ବୋଲି ବହିରେ ବିବେଚନା କରାଯାଇଛି। ସପ୍ତମ ଶ୍ରେଣୀ ସୋସିଆଲ ସାଇନ୍ସ ବହିରେ ହୋଇଛି ଏହି ବଡ ତ୍ରୁଟି। ଦେଶସାରା ଛାତ୍ରଛାତ୍ରୀ ପଢୁଛନ୍ତି ଭୁଲ ଇତିହାସ। ଏନେଇ ଅଭିଭାବକ ଓ ସଂସ୍କୃତି ଗବେଷକ କ୍ଷଭୋ ପ୍ରକାଶ କରିଛନ୍ତି। ଏହାସହ ତୁରନ୍ତ କ୍ଷମାପ୍ରାର୍ଥନା ସହ ସଂଶୋଧନ କରିବାକୁ ଦାବି କରିଛନ୍ତି। ବିଭ୍ରାନ୍ତିକର ତଥ୍ୟ ଲେଖିଥିବା ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରିବାକୁ ଦାବି କଲେ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ।

ବାରମ୍ବାର ଓଡ଼ିଶା ସଂପର୍କରେ ଭୁଲ ତଥ୍ୟ NCERT ବହିରେ ଦେଖିବାକୁ ମିଳିଛି । ଏଭଳି ଭୁଲ ତଥ୍ୟକୁ ନେଇ NCERTକୁ ସମାଲୋଚନା କରାଯାଇଛି। ସାରା ଦେଶରେ ଏନ୍ସିଇଆରଟି ହେଉଛି ଏକାଡେମୀକ୍ ଅଥରିଟି । ଏଭଳି ଭୁଲ ତଥ୍ୟ ଦେବା ଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡୁଛନ୍ତି। ତେଣୁ ଏଭଳି ବିଭ୍ରାନ୍ତିକର ତଥ୍ୟ ପାଇଁ ଏନ୍ସିଇଆରଟି ତୁରନ୍ତ କ୍ଷମାପ୍ରାର୍ଥନା ସହ ସଂଶୋଧନ କରିବାକୁ ଦାବି କରିଛନ୍ତି ଅଭିଭାବକ ଏବଂ ଜୟଦେବାଙ୍କ ଗାଁ କେନ୍ଦୁବିଲ୍ବ ବାସୀ।

କବି ଜୟଦେବଙ୍କ ନାଁରେ ଓଡ଼ିଶାରେ ନିର୍ବାଚନମଣ୍ଡଳୀ ରହିଥିବା ବେଳେ ଜଗନ୍ନାଥ ମନ୍ଦିର ସହ ରହିଛି ଅନେକ କିମ୍ବଦନ୍ତୀ। ଜୟଦେବଙ୍କ ଜନ୍ମସ୍ଥାନ ଭୁବନେଶ୍ବର ଉପକଣ୍ଠ କେନ୍ଦୁବିଲ୍ବ। ସେଠାରେ ଅନେକ କିମ୍ବଦନ୍ତୀ ରହିଛି। NCERTରୁ ଟଙ୍କା ନେବା ପାଇଁ କିଛି ଅପରିଣାମଦର୍ଶୀ ଲୋକ ଏମିତି ଲେଖୁଛନ୍ତି। ଭାରତ ସାରା ସେ ବହି ପଢାଯାଉଛି। ଭୁଲ ତଥ୍ୟ ଦେଇ ଭାରତ ଆଜି ଭୁଖଣ୍ଡିତ ହେବାକୁ ଯାଉଛି। ଏହା ଏକ ସାଂସ୍କୃତିକ ଦୁର୍ନୀତି ବୋଲି କୁହାଯାଉଛି। ଏଭଳି ଚାଲିଲେ ରାଜନୈତିକ ଲୋକମାନେ ଏହାକୁ ଗ୍ରହଣ କରି ସାରା ଦେଶରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରିବେ ବୋଲି ସଂସ୍କୃତି ଗବେଷକ କହିଛନ୍ତି। ଏଭଳି ତ୍ରୁଟିକୁ ସମାଲୋଚନା କରିବା ସହ ତଦନ୍ତ ଦାବି କରିଛନ୍ତି ଭାଷାବିତ୍।

Latest Posts

Don't Miss