୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତର ସୁଧ ପାଇବେ ଇପିଏଫ୍ ଜମାକାରୀ
1 min readନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଜାମକାରୀ ୮.୫ ପ୍ରତିଶତ ସୁଧ ପାଇବେ । ପ୍ରୋଫିଡେଣ୍ଟ ଫଣ୍ଡ ଅର୍ଗନାଇଜେସନ୍ ସେୟାର ମାର୍କେଟରେ ଥିବା ଇକ୍ୟୁଟି ହୋଲ୍ଡିଂ ବିକ୍ରି କରି ଏ ବାବଦକୁ ଆଶା ଠାରୁ ଅଧିକ ଟଙ୍କା ପାଇବ । ଗତ ୩ ମାସ ମଧ୍ୟରେ ଆଶାଠାରୁ ଅଧିକ ଅର୍ଥ ପାଇବ ଇପିଏଫ୍ଓ । ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ।
ତେବେ ପ୍ରାପ୍ତ ତଥ୍ୟ ମୁତାବକ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଏକ ପତ୍ର ଲେଖିଛି, ଯେଉଁଥିରେ ୧୯୦ ମିଲିୟନ ଇପିଏଫ୍ ଆକାଉଣ୍ଟଧାରୀଙ୍କୁ ୮.୫ ପ୍ରତିଶତ ସୁଧ ପ୍ରଦାନ ନେଇ କୁହାଯାଇଛି ।
ତେବେ ଅର୍ଥମନ୍ତ୍ରାଳୟ ନିକଟରେ ଏହି ସୁପାରିସ୍ ସ୍ଥଗିତ ଥିବା ବେଳେ ଏ ନେଇ ଏକ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି । ୨୦୧୯ ଆର୍ଥିକ ବର୍ଷରେ ଇପିଏଫ୍ଓ ୮.୬୫ ପ୍ରତିଶତର ସୁଧ ଦେଇଥିବା ବେଳେ ୨୦୨୦ ଆର୍ଥିକ ବର୍ଷ 8.5 ପ୍ରତିଶତର ସୁଧ ଗତ ୭ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ସୁଧହାର ମଧ୍ୟରେ ସର୍ବନିମ୍ନ ।