ଦୀପାବଳି ପୂର୍ବରୁ ୬ କୋଟି EPFO ସଦସ୍ୟଙ୍କୁ ମିଳିପାରେ ଉପହାର

1 min read
EPFO May Credit EPF Interest Before Diwali

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPFO) ଦେବାକୁ ଯାଉଛି ଖୁସି ଖବର । ପାର୍ବଣ ପୂର୍ବରୁ ପିଏଫ୍ ଆକାଉଣ୍ଟଧାରୀଙ୍କ ଖାତାକୁ ୮.୫ ପ୍ରତିଶତ ଦରରେ ସୁଧ ମିଳିପାରେ । ଇପିଏଫ୍ ପ୍ରତ୍ୟେକ ଆର୍ଥିକ ବର୍ଷରେ ପିଏଫ୍ ଜମା ଉପରେ ସୁଧ ଘୋଷଣା କରେ । ଚଳିତ ଆର୍ଥିକ ବର୍ଷରେ ଇଫିଏଫ୍ ୮.୫ ପ୍ରତିଶତ ହାରରେ ସୁଧ ଦେବାକୁ ଘୋଷଣା କରିଛି ।

ଇପିଏଫର କେନ୍ଦ୍ରୀୟ ବୋର୍ଡ ସୁଧ ବୃଦ୍ଧିକୁ ଅନୁମୋଦନ କରିଛି । ଏବେ ଏହା ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ଅପେକ୍ଷାରେ ରହିଛି । ରିପୋର୍ଟ ଅନୁସାରେ, ଦୀପାବଳି ପୂର୍ବରୁ ସରକାର କେନ୍ଦ୍ର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମଧ୍ୟ ଦେବେ । ସରକାରୀ ଅଧିକାରୀ କହିଛନ୍ତି ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ କେବଳ ପ୍ରୋଟୋକଲ ପାଳନ । ଇଫିଏଫର ଅନୁମୋଦନ ବିନା ସୁଧ ହାର ଦିଆଯାଇ ପାରିବ ନାହିଁ ।

ଗତ ଆର୍ଥିକ ବର୍ଷରେ ଇପିଏଫ୍ ୭୦,୩୦୦ କୋଟି ଟଙ୍କା ଆୟ କରିଛି । ଯେଉଁଥିରେ ଇକ୍ୱିଟି ନିବେଶର ଏକ ଅଂଶ ବିକ୍ରିରୁ ୪୦୦୦ କୋଟି ଟଙ୍କା ମିଳିଛି । କରୋନା ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ଏବେ ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ସୁଧ ଟଙ୍କା ମିଳିପାରେ ।

Leave a Reply