୬ କୋଟି ଲୋକଙ୍କ ପାଇଁ ଖୁସୀ ଖବର, ଇପିଏଫ୍ ବଢାଇଲା ପିଏଫ୍ ଉପରେ ଏତିିକି ସୁଧ
1 min readନୂଆଦିଲ୍ଲୀ: ବଢ଼ିଲା EPFO ସୁଧହାର । କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । EPFରେ ସୁଧ ହାର ବଢିବା ପରେ ପାଖାପାଖି ୬ କୋଟି ଲୋକ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୭୨.୭୩ ଲକ୍ଷ ଲୋକ ଆର୍ଥିକ ବର୍ଷ ୨୨ରେ ପେନସନଭୋଗୀ ।
ଗତକାଲିଠୁ ଇପିଏଫଓର ଦୁଇ ଦିନିଆ ବୋର୍ଡ ମିଟିଂ ବସିଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।
EPFO decides the rate of interest EPF for FY23. The rate of interest on EPF would be 8.15% for FY23. The labour ministry will send the proposal to the finance ministry for approval. pic.twitter.com/tPBqLgVTXm
— ANI (@ANI) March 28, 2023
ସେହିପରି ୨୦୧୮-୧୯ରେ ୮.୬୫%, ୨୦୧୭-୧୮ରେ ୮.୫୫%, ୨୦୧୬-୧୭ରେ ୮.୬୫% ରହିଥିଲା । ସୂଚନା ଅନୁଯାୟୀ, EPFO ପିଏଫ୍ ଆକାଉଣ୍ଟ ହୋଲ୍ଡରଙ୍କ ଜମା ରାଶିକୁ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରେ ହେଉଥିବା ଆୟର ୧ ପ୍ରତିଶତ ଟଙ୍କା ସୁଧ ଆକାରରେ ଖାତାଧାରୀ ମାନଙ୍କୁ ମିଳିଥାଏ ।