ହୋଲି ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗିବ ବଡ଼ ଝଟକା: ଜାଣନ୍ତୁ କ’ଣ କ’ଣ

1 min read

ନୂଆଦିଲ୍ଲୀ: ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଏହାକୁ ନେଇ ସାରା ଦେଶବାସୀଙ୍କ ମନରେ ଉତ୍ସାହ ରହିଥିଏ । ଚଳିତ ବର୍ଷ ଏହି ପର୍ବ ମାର୍ଚ୍ଚ୧୮ରେ ଅନୁଷ୍ଠିତ ହେବ । ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ହୋଲି ପର୍ବ ଅବସରରେ ବିଭିନ୍ନ ଅଫର ଦେବା ସହିତ ଲୋକଙ୍କୁ ଡିସକାଉଣ୍ଟ ମଧ୍ୟ ଦେଇଥାନ୍ତି । କିନ୍ତୁ ଚଳିତ ଥର ହୋଲି ପୂ୍ରବରୁ ସାଧାରଣ ଲୋକଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା । ଏଡି ଝଟକାରେ ଇପିଏଫ୍ ସୁଧ ହାରରେ ହ୍ରାସ, ଦୁଗ୍ଧ ଦାମ୍‌ରେ ବୃଦ୍ଧି ସାମିଲ ରହିଛି । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ ।

ଇପିଏଫ୍ ସୁଧ ହ୍ରାସ

ଚଳିତ ବର୍ଷ ୧୨ ତାରିଖରେ EPF ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ସୁଧ ହ୍ରାସ କରିଛି । ଆର୍ଥିକ ବର୍ଷ ୨୦୨୧-୨୨ ନେଇ ପିଏଫ୍ ଖାତାରେ ଜମା ରାଶି ଉପରେ ସୁଧ ହାର ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ଦ୍ୱାରା ୬କୋଟି ଇପିଏଫ୍ ଉପଭୋକ୍ତାଙ୍କୁ ଝଟକା ଲାଗିବ । ତେବେ ଏହି ନିଷ୍ପତ୍ତିକୁ ଏଯାଏଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ । ଇପିଏଫ୍ ଖାତାଧାରୀଙ୍କୁ ପୂର୍ବଥର ଜମାକାରୀଙ୍କୁ ୮.୫ ପ୍ରତିଶତର ସୁଧ ମିଳିଥିଲା ।

ଦୁଗ୍ଧ ଦାମ୍ ବଢ଼ିବ

ଚଳିତ ମାସ ଆରମ୍ଭରୁ ହିଁ ଦୁଗ୍ଧ ଦାମ୍‌ରେ ବୃଦ୍ଧି ଘଟିଛି । ପ୍ରଥମେ ଅମୂଲ ପରେ ପରାଗ୍ ଏବଂ ମଦର ଡାଏରୀ ଭଳି ବଡ଼ ବଡ଼ କମ୍ପାନୀ ଦୁଗ୍ଧ ଦାମରେ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ଏହିଭଳି ଭାବେ ଦୁଗ୍ଧ କିଣିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ସିଏନଜି ଦାମ ମଧ୍ୟ ବଢ଼ିଲା

ଉତ୍ତରପ୍ରଦେଶ ସମେତ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦିଲ୍ଲୀ-ଏନସିଆର ସହିତ ବହୁ ସହରରେ ସିଏନ୍‌ଜିର ଦାମ୍‌ରେ ୫୦ ପଇସାରୁ ୧ ଟଙ୍କା ଯାଏଁ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ  ଦେଶର ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଦାମ୍ କିଲୋଗ୍ରାମ ପିଛା ୫୭.୦୧ ଟଙ୍କାରୁ ୫୦ ପଇସା ବଢ଼ି ୫୭.୫୧ ଟଙ୍କାରେ ପହଞ୍ଚିଛି ।

ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି

ଅଏଲ ମାର୍କେଟିଂ କମ୍ପାନୀ ଗୁଡ଼ିକ ମାସର ପ୍ରଥମ ଦିନରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ଦାମରେ ବୃଦ୍ଧି ଘୋଷଣା କରିଛନ୍ତି । କମ୍ପାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ୍ ୧୦୫ ଟଙ୍କା ପ୍ରତି ସିଲଇଣ୍ଡର ବୃଦ୍ଧି କରିଛନ୍ତି ।