‘ବଡ଼ ଖବର’ ଅଫିସରେ EOW ଟିମ୍, କାର୍ଯ୍ୟାଳୟରେ ଚାଲିଛି ଚଢାଉ
1 min readଭୁବନେଶ୍ୱର: ବଡ଼ ଖବର ଅଫିସରେ EOW ଟିମ୍ । ଠକେଇ ଅଭିଯୋଗର ଗଣମାଧ୍ୟମ ସଂସ୍ଥା ବଡ ଖବର କାର୍ଯ୍ୟାଳୟରେ EOW ପହଁଚି ଚଢାଉ ଜାରି ରଖିଛି । ଦିଲ୍ଲୀର ଏକ ସଂସ୍ଥାକୁ ୯୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଏହାପରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁ ହୋଇଥିଲା ଅଭିଯୋଗ ।
ପରବର୍ତ୍ତୀ ସମୟରେ EOWରେ ହାଜର ପାଇଁ ଅର୍ଦ୍ଧେନ୍ଦୁଙ୍କୁ ୨ଥର ନୋଟିସ ହୋଇଥିଲା । EOWରେ ହାଜର ନହେବାରୁ ଗତକାଲି ତାଙ୍କ ଘରେ ଚଢ଼ାଉ ହୋଇଥିଲା । ପରେ ଆଜି ଟଙ୍କପାଣି ସ୍ଥିତ କାର୍ଯ୍ୟାଳୟରେ ପାଞ୍ଚ ଜଣିଆ ତଦନ୍ତକାରୀ ଟିମ୍ ପହଁଚି ଛାନଭିନ ଆରମ୍ଭ କରିଛନ୍ତି । ଅଭିଯୋଗକାରୀ ଗଗନଦୀପ ସିଂ ମଧ୍ୟ ତଦନ୍ତକାରୀ ଟିମ୍ ସହ ଉପସ୍ଥିତ ରହିଥିବା ଜଣାପଡି଼ିଛି ।