ସମ୍ବାଦ ଲୋନ ସ୍କାମ, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ

1 min read

ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି।  ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ hr ଲୋନ ନେଇଥିଲେ। ୧୦ରୁ ୧୨ ଟି ସନ୍ତକ ନେଇଥିଲେ।  ପରବର୍ତ୍ତୀ ସମୟରେ esi ଓ epf ଲାଗି କାହିଁକି ଟଙ୍କା କଟୁନି । କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ।। ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି।।