ସମ୍ବାଦ ଅଫିସରେ EOWର ଚଢାଉ
1 min readଭୁବନେଶ୍ବର: ସମ୍ବାଦ ଅଫିସରେ EOWର ଚଢାଉ । HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ନୋଟିସ୍ ହୋଇଥିଲେ ସୁଦ୍ଧା ହାଜର ହୋଇନଥିଲେ । କର୍ମଚାରୀଙ୍କ ନାଁରେ ବେଆଇନ ଋଣ ଉଠାଇବାରେ ମୁଖ୍ୟ କାର୍ପଟଦାର ଥିଲେ ବୈଜୟନ୍ତୀ । ଇଷ୍ଟର୍ଣ୍ଣ ମିଡିଆର ବ୍ୟାଙ୍କ ଘୋଟାଲାରେ ସମ୍ବାଦ ଅଫିସରେ EOW ଟିମ୍ ପହଞ୍ଚିଛନ୍ତି । ୧୨ ଜଣିଆ ଟିମ୍ ରେଡ୍ କରୁଥିବାବେଳେ ଅନେକ ତଥ୍ୟ ମିଳିବ ବୋଲି କୁହାଯାଉଛି । ଏହି ୧୨ ଜଣିଆ ଟିମରେ ୪ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସହ ସହିଦନଗର ଥାନା ପୋଲିସ ସାମିଲ ଅଛି ।ତେବେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ କରାଯାଇଥିବା ସୂଚନା ରହିଛି । ସମ୍ବାଦ ସଂପାଦକ ସୌମ୍ୟ ରଞ୍ଜନଙ୍କ ନାଁରେ ହୋଇଛି ମାମଲା ମଧ୍ୟ ହୋଇଛି ।
ସୂଚନା ଥାଉକି, ସମ୍ବାଦ ଏବଂ କନକ ନ୍ୟୁଜର ମୂଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମହା ଘୋଟାଲା କରିଥିବା ଅଭିଯୋଗ ହୋଇଛି। ସିଧାସଳଖ ବ୍ୟାଙ୍କ ଜାଲିଆତି,କର୍ମଚାରୀଙ୍କୁ ଶେଷଣ,କର୍ମଚାରୀଙ୍କୁ ଧମକ ଭଳି ସଂଗୀନ ଅଭିଯୋଗ ଆସିଛି ତାଙ୍କ ନାଁରେ । ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ମୂଖ୍ୟ ବୈଜୟନ୍ତୀ କରଙ୍କୁ ହାତ ବାରିସୀ କରି ସୌମ୍ୟ ଦୀର୍ଘ ୨୫ ବର୍ଷ ହେଲା ଏହି ଘୋଟାଲା କରିଆସୁଛନ୍ତି । ସୌମ୍ୟ ଜଣେ ପ୍ରଭାବଶଳୀ ବ୍ୟକ୍ତି ହୋଇଥିବାରୁ କେହି ମୁହଁ ଖୋଲୁ ନଥିଲେ । ହେଲେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ ଦୁଇଦିନ ତଳେ କ୍ରାଇମବ୍ରାଞ୍ଚର ଅର୍ଥନୌତିକ ଶାଖରେ ଅଭିଯୋଗ କରିବା ପରେ ପଦାକୁ ଆସିଲା ଘଟଣା ।
ରାଜ୍ୟର ୧ ନମ୍ବର ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । କେବଳ କର୍ମଚାରୀଙ୍କୁ ଶୋଷଣ ନୁହେଁ, ଏହି ଖବରକାଗଜର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ କିଭଳି ନିଜ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଜରିଆରେ ବ୍ୟାଙ୍କରେ ମଧ୍ୟ ଘୋଟାଲା କରିଛନ୍ତି, ଏହା ସାମ୍ନାକୁ ଆସିଛି । ବ୍ୟାଙ୍କ ଘୋଟାଲା ସାଙ୍ଗକୁ କର୍ମଚାରୀଙ୍କୁ ଶୋଷଣ ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁନଥିଲେ । ହେଲେ ସମ୍ବାଦ ତଥା ଇଷ୍ଟର୍ଣ୍ଣ ମିଡିଆର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ଆଜି EOWରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।
ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି । ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲିମଟେଡ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ଏହି ଘୋଟାଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଏହି ବ୍ୟାଙ୍କର ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି ।
କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ EOW ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି । EOW ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି । ଯେଉଁ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି ତାଙ୍କ କହିବା ଅନୁସାରେ ସେ ୨୦୧୫ ମସିହାରେ ସମ୍ବାଦରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ ।