ଠକି ନେଲା 144 କୋଟି ଟଙ୍କା, ପର୍ଦ୍ଦାଫାସ କଲା EOW

1 min read

ଭୁବନେଶ୍ୱର: ପୁନେ ମଣ୍ଡୁଆ ଥାନା ଅଞ୍ଚଳରୁ ବିଶାଳ ସଖାରାମ ଉତ୍କଲକୁ ଗିରଫ କଲା EOW । ନୟାପଲ୍ଲୀ ଅଞ୍ଚଳର ଦିବ୍ୟଜ୍ୟୋତି କର 1ଲକ୍ଷ 27 ହଜାର ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ । ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ 9 କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ସାରା ଦେଶରୁ 144 କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରୁଛି EOW ।

ଓଡିଶାର 100ରୁ ଅଧିକ ଲୋକ ଠକେଇ ର ଶିକାର ହୋଇଥିବା ସୂଚନା ମିଳିଛି । ହାଟ୍ସଆପ ଗ୍ରୁପ ଜରିଆରେ ଲୋକଙ୍କୁ ପ୍ରଭାବିତ କରାଯାଉଥିଲା । ଗେଟ ସୋ ଆପ ଡାଉନଲୋଡ଼ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ ଅଭିଯୁ୍କ୍ତ । କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ 6 ପ୍ରତିଶତ ସୁଧରେ ଟଙ୍କା ମିଳିବ ଏବଂ ଯେ କୌଣସି ସମୟରେ ଟଙ୍କା ଉଠାଣ କରି ପାରିବେ ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଥିଲା ।

ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଥିଲା । ଅଭିଯୁକ୍ତର ଗୋଟିଏ ଆକାଉଣ୍ଟକୁ ସବୁ ଠକେଇ ଟଙ୍କା ଯାଇଥିବା ଜଣାପଡିଛି ।
ପଞ୍ଜାବ ଓ଼ ଛତିଶଗଡରେ ଅଭିଯୁକ୍ତ ନାଁରେ ମାମଲା ରହିଛି ।